ଜୋର୍ ଧରିଲା ପାଣ୍ଠି ପଲିଟିକ୍ସ ! ମୁଖ୍ୟମନ୍ତ୍ରୀଙ୍କ ସଭ୍ୟପଦ ରଦ୍ଧ ଦାବିରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ୍ ହେଲା ବିଜେପି

1

କନକ ବ୍ୟୁରୋ : ନିର୍ବାଚନ ପାଂଠି ଅନିୟମିତତା ମାମଲାରେ ରାଜନୀତି ଜୋର୍ ଧରିବାରେ ଲାଗିଛି । ଓଡିଶା କଥା ଯାଇ ପହଁଚିଛି ଦିଲ୍ଲୀ ଦରବାରରେ । ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଦସ୍ୟତା ରଦ୍ଦ କରିବାକୁ ଦାବି କରିଛନ୍ତି । ସେପଟେ ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ୍ କହିଛନ୍ତି, ଆବେଦନକାରୀ ସୁବାସ ମହାପାତ୍ରଙ୍କ କେସରେ ଦମ୍ ନାହିାଁ

ବଡ କଥା ହେଉଛି, ମାମଲାରୁ ଦ୍ୱିତୀୟ ପକ୍ଷ ଥିବା ରାଜ୍ୟ ନିର୍ବାଚନ କମିଶନ ଏବଂ ତୃତୀୟ ପକ୍ଷ ଗଂଜାମ ଜିଲ୍ଲାପାଳଙ୍କୁ ବାଦ୍ ଦେବା ପାଇଁ ହାଇକୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଳ ଆବେଦନକାରୀ । ପୂର୍ବରୁ ବିଜେଡି, ଏହି ଆବେଦନକୁ ନେଇ ଆପତି ଉଠାଇଥିଲା । ଆବେଦନକାରୀଙ୍କୁ ପକ୍ଷରୁ କୁହାଯାଇଥିଲା, ସୁପ୍ରିମକୋର୍ଟ ଓକିଲ ଆର.ଏନ୍ ହୁଡ୍ଡା କହିଛନ୍ତି- ଆବେଦନକାରୀଙ୍କ ପାଖରେ ଯଦି ଉପଯୁକ୍ତ ପ୍ରମାଣଥିବ ତେବେ ଭାରତର ଯେକୌଣସି ନାଗରିକ ଆବେଦନ କରିପାରିବ ।

ଏହାରି ଭିତରେ ପିଟିସନରେ ତିନି ନମ୍ବର ପ୍ରତିପକ୍ଷ ଅର୍ଥାତ୍ ଗଂଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଲଢୁଥିବା ଆଡଭୋକେଟ କେନେରାଲ କହିଛନ୍ତି, ୩୧ ତାରିଖ ଶୁଣାଣିକୁ ଅପେକ୍ଷା କରନ୍ତୁ । ନିୟମ ଅନୁସାରେ ଜଣେ ଏଭଳି ଆବେଦନ କରିପାରିବ ନାହିଁ ।

ମାମଲାରେ ପକ୍ଷଭୁକ୍ତ ଥିବା ଇଲେକସନ୍ କମିଶନ ଅଫ୍ ଇଣ୍ଡିଆ ପକ୍ଷରୁ ଆସିଷ୍ଟାଂଟ ସଲିସିଟର ଜେନେରାଲ କୋର୍ଟରେ ନିଜ ପକ୍ଷ ରଖିଥିଲେ । ପାଂଠି ଅନିୟମିତା ନେଇ ଦେଖାଦେଇଥିବା ବିବାଦ ଏବେ ଆଇନଗତ ଲଢେଇର ମୋଡ ନେଲାଣି । ଗୋଟିଏ ପଟେ ହାଇକୋର୍ଟରେ ମାମଲା ଆଉ ଅନ୍ୟପଟେ ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଫେରାଦ ହେବା । ଏହାରି ଭିତରେ ନଜର ୩୧ ତାରିଖରେ ମାମଲା ଖାରଜ ହେଉଛି ନା ଆଗକୁ ବଢୁଛି ।

Comments are closed.