ନିର୍ବାଚନୀ ପାଣ୍ଠି ଅନିୟମିତତା ପ୍ରସଙ୍ଗ ! ଏସବିଆଇ ଆକାଉଂଟରେ ଟଙ୍କା କାରବାର ନେଇ ବିଜେଡି ରଖିଲା ଜବାବ

17

କନକ ବ୍ୟୁରୋ : ବିଜେଡି ଆକାଂଉଟକୁ ଟଙ୍କା ଆସିବା ନେଇ ରାଜନୀତି ଏବେ ଜୋର୍ ଧରିଛି । ଏ ନେଇ ଆଜି ବିଜେଡି ପ୍ରତିକ୍ରିୟା ଦେଇଛି । ଦୁଇଟି ଏସବିଆଇ ଆକାଉଂଟ ନେଇ ବ୍ୟାଙ୍କର ଚିଠି ଦେଖାଇଛି ବିଜେଡି । ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ୨ଟି ଯାକ ଏସବିଆଇ ଆକାଂଉଟ ଭୁବନେଶ୍ୱରରେ ବିଜେଡି ନାଁରେ ରହିଛି । ନବୀନ ପଟ୍ଟନାୟକ ଓ ରାମଚନ୍ଦ୍ର ହାଁସଦାଙ୍କୁ ଗୋଟିଏ ଚେକରେ ଟଙ୍କା ଦିଆଯାଇନାହିଁ । ବିଜେଡିକୁ ବଦନାମ କରୁଥିବା ବ୍ୟକ୍ତି ବିରୋଧରେ କେସ୍ କରାଯିବ । ଏହାସହ ମିଥ୍ୟା ତଥ୍ୟ ଦେଇଥିବା ପିଟିସନରଙ୍କ ନାଁରେ , ବିଜେପି ମୁଖପାତ୍ର ଓ ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମ ନାଁରେ କେସ କରାଯିବ ବୋଲି କହିଛନ୍ତି ପ୍ରତାପ ଦେବ ।

ସେପଟେ ବିଜେଡିର ନିର୍ବାଚନୀ ପାଣ୍ଠି ଅନିୟମିତତା ପ୍ରସଙ୍ଗରେ ଆୟକର କମିସନଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ବିଜେପିର ୫ ଜଣିଆ ଟିମ୍ ଆଜି ଆୟକର ବିଭାଗ କମିସନଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି । ଜମା ହୋଇଥିବା କୋଟି କୋଟି ଟଙ୍କା ନଗଦ ଜମାର ବିବରଣୀ ନଦର୍ଶାଇ ବିଜେଡି ଅର୍ଥର ଉତ୍ସକୁ ଲୁଚାଉଛି । ରାଜ୍ୟ ଭିତରୁ ଓ ବାହାରୁ ବିଜେଡି ଆକାଉଂଟକୁ ବେନାମୀ ଆକାଉଂଟରୁ ଟଙ୍କା ଆସିଛି ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ପ୍ରତାପ ଦେବ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ବିଜେଡିର ବ୍ୟାଙ୍କ କାରବାର ଆୟକର ବିଭାଗକୁ ଦିଆଯାଇଛି । ଆୟର ଉତ୍ସକୁ ହାୱାଲା ଟଙ୍କା କୁହାଯାଇପାରିବନି । କଂଗ୍ରେସ-ବିଜେପି ୧୦ ବର୍ଷରେ ୫ ହଜାର କୋଟି ଚାନ୍ଦା ଆଦାୟ କରିଛନ୍ତି । ୨୦୦୫ରୁ ୨୦୧୫ ଭିତରେ ଏହି ଟଙ୍କା ଆଦାୟ କରିଛନ୍ତି । ନିର୍ବାଚନ ପାଣ୍ଠିର ସ୍ୱଚ୍ଛତା, ସଂସ୍କାର ପାଇଁ ବିଜେପି ଆଗ କାମ କରୁ ବୋଲି ପ୍ରତାପ ଦେବ କହିଛନ୍ତି ।