ଭାତ ନାହିିଁ ଚାଉଳ ନିଅ ! ନବୀନଙ୍କ ସଭାରେ କର୍ମୀଙ୍କୁ ମିଳିଲାନି ପେଟ ପୁରା ଖାଦ୍ୟ

33

ମୟୁରଭଂଜ : ଦିନିକିଆ ଗସ୍ତରେ ମୟୁରଭଂଜ ଜିଲ୍ଲା ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୨ଟି ପ୍ରକଳ୍ପର ଉଦଘାଟନ କଲେ । ୪ ଘଂଟିଆ ଏହି କାର୍ଯ୍ୟକ୍ରମରେ ଶୁଳିଆପଦା, ସାରସକଣା, ବଡ଼ଚାଟରା, ବହଳତା ଏବଂ ଯଶିପୁରାରେ ବହୁ ପ୍ରକଳ୍ପର ଶୁଭାରମ୍ଭ ହେଲା ।

ହେଲେ ବହଳଦା ସଭାରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଏବଂ ଭାଷଣ ଶୁଣିବା ପାଇଁ ରୁଣ୍ଡ ହୋଇଥିବା କିଛି ସମର୍ଥକ ଖାଇବାକୁ ଖୋଜିଲା ବେଳେକୁ ସବୁ ସରିଯାଇଥିଲା । ଆଉ ଉପାୟ ନପାଇ ରନ୍ଧନସ୍ଥଳୀରୁ ଚାଉଳ ବସ୍ତା ଟେକି ନେଇ ଘରକୁ ପଳାଇଲେ ।

ସଭାସ୍ଥଳରୁ ସାମଗ୍ରୀ ନେଇ ପଳାଇବା ଏହି ଘଟଣା ପ୍ରଥମଥର ପାଇଁ ଘଟିନି । ରାହୁଲ ଗାନ୍ଧୀଙ୍କ ସଭାରେ ବି ଘଟିଥିଲା ଏକ ଅନୁରୁପ ଘଟଣା ।

ମୋଦିଙ୍କ ଚାଏ ପେ ଚର୍ଚ୍ଚା ଷ୍ଟାଇଲରେ ଉତରପ୍ରଦେଶରେ ଖଟିଆ ସଭା କରୁଥିଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ସଭା ପାଇଁ ଲୋକ ରୁଣ୍ଡ ହେଲେ, ଆଉ ସଭା ସରିବା ପରେ ଯେ- ଯାହାର ଖଟ ନେଇ ଘରକୁ ପଳାଇଲେ । ଯାହାକୁ ନେଇ ବେଶ ବିବାଦ ହୋଇଥିଲା ।