ପାଲହଡ଼ାରେ ଉଡ଼ିଲା ସବୁଜ ବାନା : ୬୦୦୦ରୁ ଅଧିକ ଭୋଟରେ ଜିତିଲେ ବିଜେଡ଼ି ପ୍ରାର୍ଥୀ ମୁକେଶ ପାଲ୍ 

191

କନକ ବ୍ୟୁରୋ : ସବୁଜ ରଙ୍ଗରେ ରଙ୍ଗେଇ ହେଲା ପାଲଲହଡ଼ା ବିଧାନସଭା ଆସନ । ପୁଣି ବିଜେଡ଼ି ହାତେଇଲା ପାଲଲହଡ଼ା ଆସନ । ଲଗାତାର ତୃତୀୟ ଥର ପାଇଁ ବିଜେଡ଼ି ହାତକୁ ଗଲା ପାଲଲହଡ଼ା ଆସନ । ୨୦୧୪ ନିର୍ବାଚନରେ ବିଜେଡ଼ି ହାତକୁ ଏହି ଆସନ ଯାଇଥିବା ବେଳେ ୨୦୧୯ରେ ବି ହାତୀ ବିଜେଡ଼ି ମୁଣ୍ଡରେ ସୁନାକଳସ ଢ଼ାଳିଛି । ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତିକୁ ହରାଇ ପାଲଲହଡ଼ା ବିଧାୟକ ପଦ ହାତେଇଲେ ମୁକେଶ ପାଲ୍ । ୨୦୧୪ ନିର୍ବାଚନରେ ମଧ୍ୟ ବିଜେଡ଼ି ପ୍ରାର୍ଥୀ ମହେଶ ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତି ।

ସୂଚନାଯୋଗ୍ୟ ୨୦୧୪ ନିର୍ବାଚନ ଜିତିଥିଲେ ବିଜେଡ଼ି ପ୍ରାର୍ଥୀ ମହେଶ ସାହୁ । ୪୪ ହଜାର ୨୬୪ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ ।  ୫ ହଜାର ୨୯୪ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ ବିଜେପି ପ୍ରାର୍ଥୀ ଅଶୋକ । ୨୦୧୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ମନୋଜ କୁମାର ସାହୁ ୧୩ ହଜାର ୩୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ୧୦ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ ।