ବାଙ୍ଗିରୀପୋଷିରେ ଶୁଭିଲା ‘ଶଙ୍ଖ’ । ସ୍ଥାନୀୟ ଲୋକଙ୍କ ଭରସା ଜିତିଲେ ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡି, ୧୧ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜେପିକୁ କଲେ ଚିତ୍ ।

246

କନକ ବ୍ୟୁରୋ: ଗୋଟିଏ ପରେ ଗୋଟିଏ ବିଧାନସଭା ଆସନକୁ ଅକ୍ତିଆର କରୁଛି ବିଜେଡି । ଏହି ପରିପ୍ରେକ୍ଷୀରେ ବାଙ୍ଗିରୀପୋଷି ବିଧାନସଭା ଆସନରେ ପୁଣି ବିଜୟ ଧ୍ୱଜା ଉଡ଼ାଇଛନ୍ତି ବିଜେଡି ପ୍ରାର୍ଥୀ ସୁଦାମ ମାରାଣ୍ଡି । ଚଳିତ ନିର୍ବାଚନରେ ସୁଦାମ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ସୁକୁଦା ମୁର୍ମୁଙ୍କୁ ୧୧  ହଜାର ୮୯୧ ଭୋଟ୍ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଛନ୍ତି ସୁଦାମ । 

ସେପଟେ ବୃହତ ଭୋଟ୍ ବ୍ୟବଧାନରେ ବିଭିନ୍ନ ଆସନରେ ବିଜୟୀ ହେଉଥିବା ବିଜେଡି ଶିବିରରେ ଏବେ ଖୁସିର ଲହରି ଖେଳିଯାଇଛି । ବିଶେଷ କରି ପୁରୁଣା ସିପାହୀଙ୍କ ଉପରେ ଯେଉଁ ଭରସା ରଖି ଟିକେଟ୍ ଦେଇଥିଲେ ନବୀନ ତାକୁ ବାସ୍ତବରେ ସଫଳ କରାଇଛନ୍ତି ପୁରୁଣା ସିପାହୀ । ଯାହାକି ବିଜେଡି ଶିବିରରେ ଉତ୍ସାହ ଭରି ଦେଇଛି ।