ବିଜେଡି କହିଲା ମହିଳାଙ୍କୁ ନେଇ ମିଥ୍ୟା ତଥ୍ୟ ବାଣ୍ଟୁଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଶ୍ନ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀ କେତେ, ଗ୍ୟାସ ରି-ଫିଲ୍ କରୁଛନ୍ତି କେତେ ?

ପ୍ରହସନ ପାଲଟିଛି ଉଜ୍ଜ୍ୱଳା ଯୋଜନା । ବିଜେଡ଼ିର ଅଭିଯୋଗ, ଉଜ୍ଜ୍ୱଳା ଯୋଜନାକୁ ନେଇ ମିଥ୍ୟା ତଥ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

137

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜୁ ମହିଳା ଜନତା ଦଳ । ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ନେଇ ବିଜେଡ଼ି ମହିଳାନେତ୍ରୀଙ୍କ ଅଭିଯୋଗ । ରାଜ୍ୟରେ ବିଫଳ ହୋଇଛି ଉଜ୍ଜ୍ୱଳା ଯୋଜନା । ଏପରିକି କେନ୍ଦ୍ର ସରକାର ମାଗଣାରେ ମହିଳା ମାନଙ୍କୁ ରନ୍ଧନ ଗ୍ୟାସ ଯୋଗାଇବା ମହାଦୁର୍ନୀତି ବୋଲି କହି ବିଜେପି ଉପରେ ବର୍ଷିଛି ବିଜେଡ଼ି । ୫ କୋଟି ମହିଳାଙ୍କୁ ରନ୍ଧନ ଗ୍ୟାସ୍ ସଂଯୋଗ ନେଇ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ତଥ୍ୟ ସମୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ବିଜେଡ଼ି ମହିଳା ଜନତା ଦଳ ।

ବିଜେଡ଼ି ମହିଳା ଜନତା ଦଳ କହିବା ମୁତାବକ ୨୦୧୭-୧୮ରେ ରନ୍ଧନ ଗ୍ୟାସ ସଂଯୋଗରେ ହ୍ରାସ ପାଇ ୬ ଲକ୍ଷ ୪୫ ହଜାର ୨୬୫ରେ ପହଁଚିଛି । କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ସଂସଦରେ କହିଥିଲେ ଯେ, ଯୋଜନା ଆରମ୍ଭ ହେବା ପରଠାରୁ ଓଡ଼ିଶାରେ ଗତ ଜୁଲାଇ ୩୦ ତାରିଖ ସୁଦ୍ଧା ୩୦ଲକ୍ଷ ୪୮ ହଜାର ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ୨୦୧୭-୧୮ରେ ୧୬ ହଜାର ୯୫୦ ଜଣ ହିତାଧିକାରୀ ରିଫିଲ୍ ଭରିଛନ୍ତି । ଏହି କ୍ରମରେ ୨୦୧୭-୧୮ ବର୍ଷରେ ୩୦ ଲକ୍ଷ ୪୮ ହଜାର ହିତାଧିକାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଏହା ହ୍ରାସ ୪ଲକ୍ଷ ୪୫ ହଜାରରେ ପହଁଚିଛି । 

ସେହିପରିପ୍ରେକ୍ଷୀରେ କେବଳ ୧୦%ରୁ କମ୍ ହିତାଧିକାରୀ ଏହି ଯୋଜନାର ସୁବିଧା ପାଇଛନ୍ତି । ଏବଂ ବାକି ୨୪ ଲକ୍ଷ ହିତାଧିକାରୀ ଗଲେ କୁଆଡ଼େ ବୋଲି ପ୍ରଶ୍ନ କରିଛନ୍ତିୁ ବିଜେପି ସଭାନେତ୍ରୀ ତେଣୁ ଏଥିରୁ ସ୍ପଷ୍ଟ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣଭାବେ ମିଥ୍ୟା ବୋଲି କହିଛନ୍ତି ବିଜେଡ଼ି ମହିଳା ସଭାନେତ୍ରୀ ମିନତୀ ବେହେରା ।