ରନ୍ଧନ ଗ୍ୟାସ ରିହାତି ପ୍ରତ୍ୟାହାର ନିଷ୍ପତି ପ୍ରତିବାଦରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେଡି ମହିଳା ମୋର୍ଚ୍ଚାର ରଣ ହୁଙ୍କାର !

35

କନକ ବ୍ୟୁରୋ : ରନ୍ଧନ ଗ୍ୟାସ ରିହାତି ପ୍ରତ୍ୟାହାର ନିଷ୍ପତି ଓ ପ୍ରତି ମାସ ଏଲ.ପି.ଜି ସିଲିଣ୍ଡର ପିଛା ୪ ଟଙ୍କା ଦର ବୃଦ୍ଧି ପ୍ରତିବାଦରେ ବିଜେଡି ମହିଳା ମୋର୍ଚ୍ଚାର ରଣ ହୁଙ୍କାର । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରର୍ଦାନ କରାଯାଇଛି । ମାଲକାନଗିରି ଜିଲ୍ଲାରେ ଆଜି ବିଜୁ ମହିଳା ଜନତା ଦଳ ନେତୃତ୍ୱରେ ଶହ ଶହ ମହିଳା ଓ କଲେଜ ଛାତ୍ରୀ ମାଲକାନନଗିରି ବସଷ୍ଟାଣ୍ଡ ଠାରୁ ଏକ ବିରାଟ ଶୋଭା ଯାତ୍ରା ରେ ବାହାରି ଜିଲ୍ଲାପାଳଙ୍କ କାର୍ଜ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଥିଲେ । ଦାବୀ ପୁରଣ ନ ହେଲେ ଆଗାମି ଦିନରେ ଆନ୍ଦୋଳନକୁ ପଂଚାୟତ ସ୍ତରକୁ ନେବେ ବୋଲି ùଚତାଇ ଦେଇଛନ୍ତି ଜିଲ୍ଲା ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ପଦ୍ମିନୀ ମୁଦୁଲି ।