ହାତ କାଟିଦେଲେ ବିଜେଡି ନେତ୍ରୀ ! ଦଳ ବିରୋଧରେ କଲେ ବିଷୋଦଗାର, ପଦବିରୁ ବହିଷ୍ମାର ହେବା ପରେ ଆତ୍ମହତ୍ୟା ଉଦ୍ୟମ

42

କନକ ବ୍ୟୁରୋ : ହାତ କାଟିଦେଲେ ବିଜେଡି ନେତ୍ରୀ ।ବିଜେଡି ନେତ୍ରୀ ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟ ସଂପାଦିକାଙ୍କ ଆତ୍ମହତ୍ୟା ଉଦ୍ୟମ । ସଂପାଦିକା ସଂଯୁକ୍ତା ମହଲଙ୍କୁ ଗତକାଲି ପଦରୁ ଅବ୍ୟାହତି ଦିଆଯାଇଥିଲା । ଏହାପରେ ମାନସିକ ଦୁଶ୍ଚିନ୍ତାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ସେପଟେ ସଂଯୁକ୍ତାଙ୍କ ପାରିବାରିକ କଳହରୁ ଦଳର ସମ୍ମାନ କ୍ଷୁର୍ଣ୍ଣ ହେଉଥିବାରୁ ତାଙ୍କ ବିରୋଧରେ ଏଭଳି ନିଷ୍ପତି ନିଆଯାଇଥିବା ବିଜୁ ଶ୍ରମିକ ସାମ୍ୁଖ୍ୟ କହିଛି । ହେଲେ ୯ ବର୍ଷ ଧରି ଦଳ ସହ ଜଡିତ ଥିବା ସଂଯୁକ୍ତା ମାଗିଛନ୍ତି ତାର ହିସାବ ।

vlcsnap-2017-12-09-20h56m13s958ସଂଯୁକ୍ତା ମହଲ । ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ପାଦିକା । ୯ ବର୍ଷ ଧରି ଦଳ ସହ ରହିଛି ସଂଯୁକ୍ତାଙ୍କ ସମ୍ପର୍କ । ହେଲେ ଶୁକ୍ରବାର ସଂଯୁକ୍ତାଙ୍କୁ ସମ୍ପାଦିକା ପଦରୁ ସଂଘ ଅବ୍ୟାହତି ଦେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏହି ମହିଳା ନେତ୍ରୀ । ମାନସିକ ଦୁଶ୍ଚିନ୍ତାରେ ହାତ କାଟି ଦେଇଥିବା ଅଭିଯୋଗ ହୋଇଛିା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସଂଯୁକ୍ତା ପ୍ରଶ୍ନ କରିଛନ୍ତି, ଏହା କଣ ଦଳ ସହ ୯ ବର୍ଷର ସମ୍ପର୍କର ଫଳ ।

ବିଜୁ ଶ୍ରମିକ ସାମ୍ମୁଖ୍ୟରୁ ସଂଯୁକ୍ତାଙ୍କୁ ଅବ୍ୟାହତି ଦେବା ନେଇ ରାଜ୍ୟ କର୍ମକର୍ତା ସର୍ବସମ୍ମତ କ୍ରମେ ନିଷ୍ପତି ନେଇଥିଲେ । କାହିଁକି ବିଜୁ ଶ୍ରମିକ ସାମ୍ମୁଖ୍ୟରୁ ବିଦା ହେଲେ ସଂଯୁକ୍ତା? ମହିଳା ନେତ୍ରୀଙ୍କ ପ୍ରତି କାହିଁକି କଠୋର ହେଲା ବିଜେଡି?ଆଉ ଏହା ପଛରେ କାରଣ ହେଉଛି ସଂଯୁକ୍ତାଙ୍କ ପାରିବାରିକ କଳହ । ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂଙ୍କ କହିବା କଥା, ଦୀର୍ଘ ଦିନ ଧରି ସଂଯୁକ୍ତାଙ୍କ ପାରିବାରିକ ବିବାଦ ଲାଗି ରହିଛି । ସଂଯୁକ୍ତାଙ୍କ ପରିବାର ବାରମ୍ବାର ପ୍ରେସମିଟ୍ କରି ଦଳୀୟ ନେତାଙ୍କ ଉପରେ ମିଥ୍ୟା ଅଭିଯୋଗ ଆଣୁଥିଲେ । ଯାହାର ସିଧସଳଖ ପ୍ରଭାବ ପଡୁଥିଲା ଦଳ ଉପରେ ।

ସଂଯୁକ୍ତାଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟରୁ ଅବ୍ୟାହତି ଦେବା ନେଇ କେବଳ ପାରିବାରିକ କଳହ ନା ଆଉ କଣ କାରଣ ରହିଛି । ସଂଯୁକ୍ତାଙ୍କ ପରିବାର ସହ ବିବାଦ ତାଙ୍କ ପାଇଁ ମହଙ୍ଗା ହେଲା କି? ଦଳର କହିବା କଥା, କିଛି ଦିନ ଆଗରୁ ସଂଯୁକ୍ତାଙ୍କ ମା ସାମ୍ବାଦିକ ସମ୍ମିଳନୀ କରି ତାଙ୍କ କାର୍ଯ୍ୟକଳାପ ବାବଦରେ ଅଭିଯୋଗ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଛି ।