ଏନଏସି ନିର୍ବାଚନରେ ବିଜେଡିର ବାଜିମାତ ! ଅତାବିରାରେ କ୍ଲିନସୁଇପ୍ କରିଥିବାବେଳେ ଓ ହିନ୍ଦୋଳରେ ୧୩ଟିରେ ବିଜୟୀ

35

କନକ ବ୍ୟୁରୋ : ବରଗଡ ଜିଲ୍ଲାର ଅତାବିରା ଏନଏସି ନିର୍ବାଚନର ବିଜେଡି କ୍ଲିନସ୍ୱିପ୍ କରିଛି । ସମସ୍ତ ୧୨ଟି ୱାର୍ଡରେ ବିଜୟୀ ହୋଇଛି ବିଜେଡି । ଏହି ପୌରପରିଷଦରେ ଉଭୟ ବିଜେପି ଓ କଂଗ୍ରେସକୁ ଲାଗିଛି ବଡ ଝଟକା । ବିଜେପି ଓ କଂଗ୍ରେସ ଖାତା ଖୋଲି ପାରିନାହାଁନ୍ତି । ତେବେ ପୂର୍ବଥର ଏହି ଏନଏସି କଂଗ୍ରେସ କବଜାରେ ଥିଲା । ଅତାବିରା ପୌରପରିଷଦ ଘୋଷଣା ହେବା ପରେ ଏହା ଦ୍ୱିତୀୟ ନିର୍ବାଚନ । ଦୁଇ ତାରିଖରେ ଉଭୟ ଏନଏସିରେ ଭୋଟ ଗ୍ରହଣ ହୋଇଥିଲା । ଏଠି ୮୬ପ୍ରତିଶତ ମତଦାତା ଭୋଟ ଦେଇଥିଲେ ।

ସେହିପରି ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସିରେ ବାଜି ମାରି ନେଇଛି ବିଜେଡି । ମୋଟ୍ ୧୬ଟି ୱାର୍ଡରୁ ବିଜେଡି ୧୩ଟି ୱାର୍ଡ ହାତେଇଛି ବିଜୁ ଜନତା ଦଳ । ୨ଟି ୱାର୍ଡେରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଗୋଟିଏ ୱାର୍ଡ ବିଜେପି ଖାତାକୁ ଯାଇଛି । ତେବେ ଗତଥରର ବିଜେତା କଂଗ୍ରେସ ଏଥର ଖାତା ଖୋଲି ପାରି ନାହିଁ । ହିନ୍ଦୋଳନରେ ଗତ ୨ତାରିଖରେ ଭୋଟଗ୍ରହଣ ହୋଇଥିଲା । ୮୫ପ୍ରତିଶତ ମତଦାତା ଭୋଟ ଦେଇଥିଲେ ।