ଦେବଗଡରେ ବିଜେପିକୁ ଜୋରଦାର ଝଟକା : ପୌର ଉପ-ନିର୍ବାଚନରେ ବିଜେଡିର ବାଜିମାତ୍

29

କନକ ବ୍ୟୁରୋ : ଦେବଗଡରେ ବିଜେପିକୁ ଜୋରଦାର ଝଟକା ଲାଗିଛି । ଦେବଗଡ ପୌର ନିର୍ବାଚନରେ ଦୁଇଟି ୱାର୍ଡରେ ବିଜେଡି ବାଜିମାତ କରିଛି । ୧ ନମ୍ବର ଓ ୯ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୧ ନମ୍ବର ୱାର୍ଡରେ ବିଜେଡିର ଅହିଂସା ନାୟକ ବିଜେପିର ରୋଶନ କୁମାର ବେହେରାଙ୍କୁ ହରାଇଥିବାବେଳେ ୯ ନମ୍ବର ୱାର୍ଡରେ ବିଜେଡିର କୁଳଚନ୍ଦ୍ରମା ହସ୍ତୀ ବିଜେପିର ରାଜକୁମାର ମୁଣ୍ଡାଙ୍କୁ ହରାଇଛନ୍ତି । ଏହି ଦୁଇଟି ୱାର୍ଡରେ କଂଗ୍ରେସ ତୃତୀୟ ସ୍ଥାନର ରହି ବହୁ ପଛରେ ଅଛି ।