ଯାଜପୁରର ୨ଟି ଆସନରେ ଶଙ୍ଖନାଦ: ସୁକିନ୍ଦାରେ ପୁଣି ବିଜୟ ବାନା ଉଡାଇଲେ ପ୍ରୀତିରଞ୍ଜନ ଘଡାଇ, ସେପଟେ ବରି ଗଡ ଅକ୍ତିଆର କଲେ ସୁନନ୍ଦା ଦାସ

356

କନକ ବ୍ୟୁରୋ: ଯାଜପୁର ଲୋକସଭା ଆସନ ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ୨ଟି ସିଟ୍ ଅକ୍ତିଆର କଲା ବିଜେଡି । ଯାଜପୁରର ବରୀ ଏବଂ ସୁକିନ୍ଦା ବିଧାନସଭା ଆସନରେ ବିଜୟୀ ହୋଇଛି ବିଜୁ ଜନତା ଦଳ । ବରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୁନନ୍ଦା ଦାସ ଜିତିଥିବା ବେଳେ ସୁକିନ୍ଦାରେ ପ୍ରୀତିରଂଜନ ଘଡାଇ ବିଜୟ ଟୀକା ପିନ୍ଧିଛନ୍ତି ।

ଯାଜପୁରରେ ରହିଛି ବିଜେଡିର ଦବଦବା । ତେବେ ଗତ ନିର୍ବାଚନରେ ବରୀ ବିଧାନସଭାରୁ ବିଜେଡି ପ୍ରାର୍ଥୀ ଦେବାଶିଷ ନାୟକ ସ୍ୱାଧିନ ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକଙ୍କୁ ପରାସ୍ତ କରି ୭ ହଜାର ୧୭୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ବିଜେଡି ଦେବାଶିଷଙ୍କ ବଦଳରେ ସୁନନ୍ଦା ଦାସଙ୍କୁ ଟିକେଟ ଦେଇଥିଲା । ଆଉ ସୁନନ୍ଦା ମଧ୍ୟ ବିଜେଡି ସୁପ୍ରିମୋଙ୍କ ଆସ୍ଥା ଏବଂ ବିଶ୍ୱାସକୁ ବଜାୟ ରଖିବାରେ ସଫଳ ହୋଇଛନ୍ତି । ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେପିକୁ ୩୪ ଶହ ଭୋଟ ବ୍ୟବଧାନରେ ହରାଇ ବିଧାୟକ ଆସନ ଅକ୍ତିଆର କରିଛନ୍ତି ସୁନନ୍ଦ ଦାସ ।

ସେହିଭଳି ସୁକିନ୍ଦାରେ ପୁଣି ଥରେ ବିଜୟର ବାନା ଉଡାଇଛି ବିଜେଡି । ୨୦୧୪ ପରେ ୧୯ ନିର୍ବାଚନୀ ପରୀକ୍ଷାରେ ବି ପାସ୍ ହୋଇଛନ୍ତି ପ୍ରିତୀରଂଜନ ଘଡାଇ । ପାଖାପାଖି ୧୬ ହଜାର ୫୮୦ ଭୋଟରେ ବିଜେପିକୁ ଧରାଶାୟୀ କରି ବିଜୟର ବାନା ଉଡାଇଛି ବିଜେଡି । ତେବେ ପ୍ରୀତିରଞ୍ଜନ ଘଡାଇ ହେଉଛନ୍ତି ୫ଥର ବିଧାୟକ ଆସନ ଅକ୍ତିଆର କରିଥିବା ପ୍ରଫୁଲ୍ଲ ଘଡାଇଙ୍କ ପୁଅ । ୨୦୦୯ରେ ସେ କୋରେଇରୁ ବିଧାୟକ ହୋଇଥିଲେ ।