ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ! ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ କରିବ ବିଜେଡି

29

କନକ ବ୍ୟୁରୋ: ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳ ପ୍ରାର୍ଥୀଙ୍କ ସମର୍ଥନରେ ନବୀନ ପଟ୍ଟନାୟକ । ୟୁପିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ବିଜେଡି ସମର୍ଥନ କରୁଛି । ଏନେଇ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଗୋପାଳ କୃଷ୍ଣ ଗାନ୍ଧୀଙ୍କ ସହ ରହିଛି ନବୀନଙ୍କ ଉତ୍ତମ ସମ୍ପର୍କ । ୨୦୧୨ରେ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କରିଥିଲେ ମହାତ୍ମା ଗାନ୍ଧୀଙ୍କ ନାତି ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ । ଆଜି ସାଢେ ୧୨ଟା ବେଳେ ନ।।ମାଙ୍କନ ଦାଖଲ କରିବେ ଗୋପାଳକୃଷ୍ଣ ।