ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କଲା ବିଜେଡି। ଲୋକସଭାର ନୂଆ ବାଚସ୍ପତି ହେବେ ବିଜେପି ସାଂସଦ ଓମ ବିର୍ଲା

ରାଜସ୍ଥାନର କୋଟାରୁ ଲୋକସଭାକୁ ହୋଇଛନ୍ତି ନିର୍ବାଚିତ

433

କନକ ବ୍ୟୁରୋ: ଏନଡିଏର ବାଚସ୍ପତି ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ । ବିଜେପି ସାଂସଦ ଓମ ବିର୍ଲା ଲୋକସଭାର ନୂଆ ବାଚସ୍ପତି ହେବେ । ତାଙ୍କୁ ସମର୍ଥନ କରିବା ନେଇ ବିଜେଡି ସଂସଦୀୟ ଦଳ ବୈଠକରେ ନିଷ୍ପତି ହୋଇଛି । ଓମ ବିର୍ଲା ଲୋକସଭାର ନୂଆ ବାଚସ୍ପତି ହେବେ । ରାଜସ୍ଥାନର କୋଟାରୁ ଲାଗାତାର ଦ୍ୱିତୀୟ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଓମ ବିର୍ଲା । ଏହି ଆସନରୁ ସେ କଂଗ୍ରେସ ପ୍ରାର୍ଥୀ ରାମ ନାରାୟଣ ମୀନାକୁ ଅଢେଇ ଲକ୍ଷରୁ ଅଧିକ ଭୋଟରେ ହରାଇଛନ୍ତି । କୋଟା ରାଜନୀତିରେ ଏହା ହେଉଛି ସବୁଠାରୁ ବଡ ବ୍ୟବଧାନରେ ବିଜୟ ।

କୋଟାରୁ ସେ ୩ ଥର ବିଧାୟକ ବି ରହିଛନ୍ତି । ଓମ ବିର୍ଲା ମାତ୍ର ୧୭ ବର୍ଷ ବୟସରେ ରାଜନୀତିରେ ସକ୍ରିୟ ହୋଇଥିଲେ । ଏପରିକି ୨୦୧୪ ନିର୍ବାଚନରେ କୋଟାର ରାଜପରିବାର ସଦସ୍ୟଙ୍କୁ ବି ମାତ୍ ଦେଇ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଆଜି ଏହି ପଦ ପାଇଁ ଓମ ବିର୍ଲା ପ୍ରାର୍ଥୀପତ୍ର ଦାଖଲ କରିବେ । ଲୋକସଭା ବାଚସ୍ପତି ନାଁ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ପୁଣି ନିଜ ନିଷ୍ପତିରେ ସମସ୍ତଙ୍କୁ ଚମକାଇଦେଇଛନ୍ତି । ଓମ ବିର୍ଲା ସୁମିତ୍ରା ମହାଜନଙ୍କର ସ୍ଥାନ ହେବେ । ସୁମିତ୍ରା ମହାଜନ ଏଥର ନିର୍ବାଚନ ଲଢିନଥିଲେ । ଏବେ ନୂଆ ବାଚସ୍ପତି ଘୋଷଣା ହେବା ପରେ ସମସ୍ତଙ୍କ ନଜର ଉପବାଚସ୍ପତି କିଏ ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି ।