କୃଷକଙ୍କ ପାଇଁ ବିଜେଡିର ଦିଲ୍ଲୀ ଚଲୋ ! ଏମଏସପି ବୃଦ୍ଧି ଓ ସ୍ୱାମୀନାଥନ୍ ରିପୋର୍ଟ ଲାଗୁ କରିବା ଦାବିରେ ଦିଲ୍ଲୀରେ ଦେବ ଧାରଣା ।

89

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ବିଜେଡିର ଦିଲ୍ଲୀ ଚଲୋ । କୃଷକଙ୍କ ସମସ୍ୟା ନେଇ ଦିଲ୍ଲୀ ଯିବ ବିଜେଡି । ଆସନ୍ତା ୮ ତାରିଖରେ ରାଜଧାନୀ ଦିଲ୍ଲୀରେ ପ୍ରତିବାଦ ସଭା ଏବଂ ଧାରଣା କରିବ ବିଜେଡି । ଚାଷୀଙ୍କ ହକ୍ ପାଇଁ ଦିଲ୍ଲୀ ଦରବାରରେ ବିକ୍ଷୋଭ କରିବାକୁ ଆଜି ବିଜେଡି କୃଷକ ଅଧିକାର ଯାତ୍ରା ଆରମ୍ଭ କରିଛି । ଧାନର ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ବିଜେଡି ଦିଲ୍ଲୀରେ ଗର୍ଜିବ ।

ଆସନ୍ତା ୮ତାରିଖରେ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ବିଶାଳ କୃଷକ ସମାବେଶ କରାଯିବ । ଏଥିରେ ସାମିଲ ହେବାକୁ ଆଜି ବିଜେଡିର ମନ୍ତ୍ରୀ, ବିଧାୟକ, ସାଂସଦ ସହ ତୃଣମୂଳ ସ୍ତରର କୃଷକ ପ୍ରତିନିଧି ଦିଲ୍ଲୀ ଯାତ୍ରା କରିଛନ୍ତି । ସମସ୍ତେ ଆଜି ବିଧାନସଭାରେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ମାଷ୍ଟର କ୍ୟାଂଟିନ ଯାଇ, ସେଠାରୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଦିଲ୍ଲୀ ଯାତ୍ରା କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ବୃଦ୍ଧି, ସ୍ୱାମୀନାଥମ କମିଟି କରିଥିବା ସୁପାରିଶକୁ ଲାଗୁ ପାଇଁ ଚାଷୀ ସମାବେଶରେ ଦାବି କରିବ ବିଜେଡି । ଏଥି ସହ ରାଷ୍ଟ୍ରପତିଙ୍କୁ ଭେଟି ଏକ ସ୍ମାରକପତ୍ର ଦେବାର କାର୍ଯ୍ୟକ୍ରମ ରହିଛି ।