ବିଜେଡି ବନାମ ବୈଜୟନ୍ତ ! ନିଜ ନିର୍ବାଚନ ମଣ୍ଡଳିରେ ବିରୋଧର ସାମ୍ନା କରିପାରନ୍ତି ସାଂସଦ

0

କନକ ବ୍ୟୁରୋ : ବିଜେଡି ବନାମ ବୈଜୟନ୍ତ । ପୁଣି ନିଜ ନିର୍ବାଚନ ମଣ୍ଡଳିରେ ବିରୋଧର ସାମ୍ନା କରିପାରନ୍ତି ସାଂସଦ । ନିଶ୍ଚିନ୍ତକୋଇଲିରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ କରିବା ପାଇଁ ବିଜେଡିର ଏକ ଗୋଷ୍ଠୀ ପ୍ରସ୍ତୁତି କରୁଥିବା ଜଣାପଡିଛି । ଏଣୁ ଗୁରୁବାର ସାଲେପୁର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବୁହାଳୋ ଗାଁରେ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମକୁ ନେଇ ବିବାଦ ଦେଖାଦେଇଛି । ଆଇନଶୃଙ୍ଖଳା ଦୃଷ୍ଟିରୁ କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ କଟକ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ବ୍ଲକ ବିଜେଡି ସଭାପତି ।

ସାଂସଦ ଜନତାଙ୍କ ସହ ସମ୍ପର୍କ ରଖିନଥିବାରୁ ଜନ ଅସନ୍ତୋଷ ରହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ବ୍ଲକ ବିଜେଡି ସଭାପତି । ଏହି ଚିଠିରେ ବ୍ଲକର ଅନ୍ୟ କେତେକ କର୍ମକର୍ତ୍ତାଙ୍କ ଦସ୍ତଖତ ରହିଛି । ସାଂସଦ ବିରୋଧୀ ବ୍ୟକ୍ତିଙ୍କ ସହାୟତାରେ ଲୋକାର୍ପଣ କାର୍ଯ୍ୟକ୍ରମର ଆୟୋଜନ କରୁଥିବା କହିଛନ୍ତି ବ୍ଲକ ବିଜେଡି ସଭାପତି । ପୂର୍ବରୁ ମଧ୍ୟ ଏମିତି ଏକ ଜଳ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ଯାଇଥିବା ବେଳେ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧର ସାମ୍ନା କରିବାକୁ ପଡିଥିଲା । ବିରୋଧୀଙ୍କ ସାଂସଦଙ୍କୁ ଅଣ୍ଡାମାଡ କରିଥିଲେ ।

Comments are closed.