‘ଇଣ୍ଡିଆ ଟୁଡେ’ ସର୍ଭେ ରିପୋର୍ଟ : ସରଗରମ ରାଜ୍ୟ ରାଜନୀତି । ୨୦୧୯ରେ ହେବ କ’ଣ ? ବିଜେଡି-ବିଜେପି ବୟାନ ବାଜି ।

40

କନକ ବ୍ୟୁରୋ: ‘ଇଣ୍ଡିଆ ଟୁଡେ’ ସର୍ଭେ ରିପୋର୍ଟକୁ ନେଇ ରାଜ୍ୟ ରାଜନୈତିକ ମାହୋଲ ସରଗରମ ହୋଇପଡିଥିବାବେଳେ, ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, “ଓଡ଼ିଶାରେ ରାଜନୀତିରେ ନବୀନ ବାବୁ ମହାବଳଶାଳୀ ବାଳି ରାଜା ହେଲେ ମୁଁ ମାତ୍ର ଗୁଣ୍ଡୁଚି ମୂଷା ଟିଏ ତେଣୁ ତାଙ୍କ ସହିତ ମୁଁ ଆଦୌ ତୂଳନୀୟ ନୁହେଁ । ଯେଉଁ ଇଣ୍ଡିଆ ଟୁଡେ’ ସର୍ଭେ ଓଡ଼ିଶାରେ ନବୀନ ବାବୁ ସରକାର ଗଢ଼ିବେ ବୋଲି କହିଛି ସେହି ସର୍ଭେରେ କେନ୍ଦ୍ରରେ ପୁଣି ମୋଦି ସରକାର ଆସିବ ବୋଲି କହିଛନ୍ତି । କେନ୍ଦ୍ରରେ ମୋଦି ସରକାରଙ୍କ ଲୋକପ୍ରିୟତା ଅକ୍ଷୂର୍ଣ୍ଣ ରହିଥିବାବେଳେ ମୋଦି ସରକାରଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ଭୋଟ ଫଳାଫଳ କ’ଣ ହେବ ତାହା ଏବେ ଠାରୁ କହିବା ଠିକ୍ ନୁହେଁ କିନ୍ତୁ ଓଡ଼ିଶାର ଯୁବପିଢ଼ୀ ବଡ଼ ପରିବର୍ତ୍ତନ ଚାହିଁଲେଣି ତେଣୁ ଏଥର ବିଜେପି ସରକାର ଗଢ଼ିବ କହି ଦମ୍ଭୋକ୍ତି ବାଢ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେପଟେ ଏହାର ପ୍ରତି ଜାବବ ରଖିଛି ବିଜେଡ଼ି । ବିଜେଡ଼ି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ସମସ୍ତ ଦଳ ଏଭଳି କହିଥାନ୍ତି । ଅମାନତ ହରାଇଥିବା ଦଳ ନିର୍ବାଚନ ପୂର୍ବରୁ ଶାସନକୁ ଆସିବା କଥା କୁହନ୍ତି । ୧୮ ବର୍ଷ ହେଲା ବିଜେଡ଼ିକୁ ଭୋଟ ଦେଇ ନିର୍ବାଚନ ଜିତାଉଛନ୍ତି ଓଡ଼ିଶାବାସୀ । ଯଦି ଏଭଳି ବଡ଼ ପରିବର୍ତ୍ତନ କଥା ନ କହିବେ ତାଙ୍କ କଥା ଶୁଣିବ କିଏ ବୋଲି କହି ଧର୍ମେନ୍ଦ୍ରଙ୍କ କୋର୍ଟ କୁ ବଲ୍ ଫିଙ୍ଗି ଦେଇଛନ୍ତି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ।