‘ମେକ୍ ଇନ୍ ଓଡ଼ିଶା’ ପୂର୍ବରୁ ତେଜିଲା ରାଜନୀତି । ‘ଜାତୀୟ ରାଜପଥ‘ ପ୍ରକଳ୍ପକୁ ନେଇ ମୁହାଁମୁହିଁ ବିଜେପି-ବିଜେଡ଼ି ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ଘୋଷଣା ସର୍ବସ୍ୱ ବୋଲି କହି ବିଜେଡ଼ି ସରକାରଙ୍କୁ ବିଜେପିର ସମାଲୋଚନା। ଜାତୀୟ ରାଜମାର୍ଗ ବିକାଶରେ ଶାସକ ଦଳ ବାଧକ ସାଜିଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ।

121

କନକ ବ୍ୟୁରୋ: ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପୂର୍ବରୁ ବିଜେପିର ଅଭିଯୋଗ । ଜାତୀୟ ରାଜମାର୍ଗ ବିକାଶରେ ରାଜ୍ୟ ଦେଉଛି ବାଧକ । କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ସତ୍ୱେ ୩୬୩ କିଲୋମିଟର ଲଘୁ ଓ ୩ହଜାର୮୭୦ କୋଟି ବ୍ୟୟ ଅଟକଳର ୬ଟି ଜାତୀୟ ରାଜମାର୍ଗ ପ୍ରକଳ୍ପ ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି ଦେଉ ନାହାନ୍ତି ରାଜ୍ୟ ସରକାର । ଏବଂ ୫୨୦ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ୭ଟି ରାଷ୍ଟ୍ରୀୟ ରାଜମାର୍ଗ ପ୍ରକଳ୍ପ ଯାହା ୧୮୭୮ କୋଟି ଟଙ୍କା ଧାର୍ଯ୍ୟ ହୋଇଛି, ତାହାକୁ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ବିଳମ୍ବିତ ହେବାରୁ ପଡ଼ି ରହିଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ।

କେବଳ ଏତିକି ନୁହେଁ ମେକ୍ ଇନ୍ ଓଡ଼ିଶା କନକ୍ଲେଭକୁ ଘୋଷଣା ସର୍ବସ୍ୱ ବୋଲି କହି ବିଜେଡ଼ି ସରକାରଙ୍କୁ ସମାଲୋଚନା କରିଛି ବିଜେପି । ଜାତୀୟ ରାଜମାର୍ଗ ବିକାଶରେ ଶାସକ ଦଳ ବାଧକ ସାଜିଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି । ଜମି ଅଧିଗ୍ରହଣ , ଫରେଷ୍ଟ ଡାଇଭର୍ସନ ବିଳମ୍ବ ପାଇଁ ପ୍ରକଳ୍ପ କାର୍ଯ୍ୟରେ ସ୍ଥାଣୁତା ଦେଖା ଦେଇଛି ।

Sanjaya Dasbarmaସେପଟେ ବିଜେଡ଼ି ଏହାର ଜବାବ ରଖିଛି । ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା କହିଛନ୍ତି ଯେ ବିଜେପି ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ସହ୍ୟ କରିପାରୁ ନାହିଁ ତେଣୁ ଏଭଳି ସଂକୀର୍ଣ୍ଣ ରାଜନୀତି କରୁଛି । ୨୦୧୫ ମସିହାରେ ଗୋପାଳପୁର ଠାରୁ ଦିଘା ପର୍ଯ୍ୟନ୍ତ ଜାତୀୟ ରାଜପଥର ଟେଣ୍ଡର ଚଳିତ ବର୍ଷ ରଥଯାତ୍ରାରେ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ରସରକାର ତାହା କୁଆଡ଼େ ଗଲା, ଏବଂ ନବକଳେବର ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ପୁରୀରୁ ଭୁବନେଶ୍ୱର ଜାତୀୟ ରାଜପଥ କରିବା ପାଇଁ ସେଥିରେ ବିଫଳ ହେଲେ ଏହା ଦର୍ଶାଉଛି କିଏ ଜାତୀୟ ରାଜମାର୍ଗରେ ବାଧା ସୃଷ୍ଟି କରୁଛି କହି ବିଜେପିକୁ କାଉଣ୍ଟର କରିଛି ବିଜେଡ଼ି ।