ବିଜେଡି ବନାମ ବିଜେଡି ! ଧର୍ମେନ୍ଦ୍ରଙ୍କୁ ବିଜେଡି ସଂସଦୀୟ ଦଳ ନେତାଙ୍କ ପ୍ରଶଂସା ପରେ ବିଜେଡି ନେତାଙ୍କ ଆକ୍ରମଣ

26

କନକ ବ୍ୟୁରୋ : ଏପଟେ ତେଲ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଉଛି ବିଜେଡି । ସେପଟେ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ବିଜେଡି ସାଂସଦ । ବାରମ୍ବାର ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରିଥିବା ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ ପୁଣି ଉଜ୍ଜଳା ଯୋଜନାରେ ଧର୍ମେନ୍ଦ୍ରଙ୍କ ସଫଳତାର ଗୁଣଗାନ କରିଛନ୍ତି ।

ନିଜ ଖବର କାଗଜରେ ସ୍ତମ୍ଭ ଲେଖି ଧର୍ମେନ୍ଦ୍ର ୩ ବର୍ଷରେ ୧୦ ବର୍ଷର ଲକ୍ଷ୍ୟ ପୂରଣ କରିଥିବା କହିଛନ୍ତି । ଯାହାକୁ ନେଇ ଆକ୍ରମଣ ଆରମ୍ଭ କରିଛନ୍ତି ଦଳୀୟ ନେତା । ବିଧାୟକ ଦେବାଶିଷ ସାମନ୍ତରାୟ ଓ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ଭର୍ତୃହରିଙ୍କୁ ପ୍ରଶ୍ନ ଘେରରେ ଛିଡା କରିଛନ୍ତି । ଏପଟେ ପୁଣି ଭର୍ତୃହରି ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଆଗାମୀ ୧୫ ଦିନ ମଧ୍ୟରେ ଉଜ୍ଜଳା ଯୋଜନାର ସଫଳତା ନେଇ ପିଏସି ଆଗରେ ତଥ୍ୟ ରଖିବେ । ତେଣୁ ତାଙ୍କ ମନ୍ତବ୍ୟକୁ ସମାଲୋଚନା କରୁଥିବା ନେତାମାନେ ଏ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ସେ ସିଧାସଳକ ଉତର ରଖିଛନ୍ତି ।