ବିଜେଡି ଟାର୍ଗେଟରେ ବୈଜୟନ୍ତ ପଣ୍ଡାଙ୍କ ପରିବାର ! ମେକ୍ ଇନ୍ ଓଡିଶା କନକ୍ଲେଭରୁ ସିଆଇଆଇ ଓହରିଯିବା ପ୍ରସଙ୍ଗରେ ପୂର୍ବାଂଚଳ ଅଧ୍ୟକ୍ଷାଙ୍କୁ ଦାୟୀ କଲା ବିଜୁ ଜନତା ଦଳ

36

କନକ ବ୍ୟୁରୋ : ମେକ୍ ଇନ୍ ଓଡ଼ିଶା କନକ୍ଳେଭକୁ ସିଆଇଆଇ ଓହରିଯିବା ପ୍ରସଙ୍ଗରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରିବାରକୁ ଦାୟୀ କରିଛି ବିଜେଡି । ଫଳରେ ବିଜେଡି ଓ ବୈଜୟନ୍ତଙ୍କ ବିବାଦ ପୁଣି ଥରେ ତେଜିଛି । ବିଜେଡି ଅଭିଯୋଗ କରିଛି ସିଆଇଆଇର ପୂର୍ବାଂଚଳ ଅଧ୍ୟକ୍ଷା ଭାବେ ଜାଗିମଙ୍ଗତ ପଣ୍ଡା ଦାୟିତ୍ୱ ନେବା ପରେ ଏଭଳି ନିଷ୍ପତି ନେଇଛି ଭାରତୀୟ ଶିଳ୍ପ ମହାସଂଘ । ଓଡିଶାର ପ୍ରଗତି ଓ ସ୍ୱାର୍ଥ ବିରୋଧରେ ଚାଲିଛି ବଡ଼ଧରଣର ଷଡଯନ୍ତ୍ର ଚାଲିଥିବା କହିଛି ବିଜେଡି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜାଗିମଙ୍ଗତ ପଣ୍ଡା ।

ମେକ୍ ଇନ୍ ଓଡ଼ିଶା କନକ୍ଳେଭକୁ ସିଆଇଆଇ ଓହରିଯିବା ପ୍ରସଙ୍ଗରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରିବାରକୁ ଦାୟୀ କରିଛି ବିଜେଡି । ଫଳରେ ବିଜେଡି ଓ ବୈଜୟନ୍ତଙ୍କ ବିବାଦ ପୁଣି ଥରେ ତେଜିଛି । ବିଜେଡି ଅଭିଯୋଗ କରିଛି ସିଆଇଆଇର ପୂର୍ବାଂଚଳ ଅଧ୍ୟକ୍ଷା ଭାବେ ଜାଗିମଙ୍ଗତ ପଣ୍ଡା ଦାୟିତ୍ୱ ନେବା ପରେ ଏଭଳି ନିଷ୍ପତି ନେଇଛି ଭାରତୀୟ ଶିଳ୍ପ ମହାସଂଘ । ଓଡିଶାର ପ୍ରଗତି ଓ ସ୍ୱାର୍ଥ ବିରୋଧରେ ଚାଲିଛି ବଡ଼ଧରଣର ଷଡଯନ୍ତ୍ର ଚାଲିଥିବା କହିଛି ବିଜେଡି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜାଗିମଙ୍ଗତ ପଣ୍ଡା । ମେକ୍ ଇନ୍ ଓଡ଼ିଶା କନକ୍ଳେଭକୁ ସିଆଇଆଇ ଓହରି ଯିବା ପରେ ପୁଣି ଥରେ ତାଜା ହୋଇଛି ବିଜେଡି ଓ ବୈଜୟନ୍ତଙ୍କ ପରିବାର ମଧ୍ୟରେ ବିବାଦ । ବିଜେଡିର ଅଭିଯୋଗ, ସିଆଇଆଇ ଓହରିଯିବା ପଛରେ ରହିଛି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କ ହାତ ।

ମେକ ଇନ ଓଡିଶା କନକ୍ଳେଭର ଦ୍ୱିତୀୟ ସଂସ୍କରଣକୁ ବଡ଼ ଝଟକା । ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ଯାଏଁ ହେବାକୁ ଥିବା ଏହି କାର୍ଯ୍ୟକ୍ରମରୁ ଅପ୍ରତ୍ୟାଶିତ ଭାବେ ଓହରି ଯାଇଛି ଭାରତୀୟ ଶିଳ୍ପ ମହାସଂଘ । ଯାହାକୁ ସହଜରେ ବରଦାସ୍ତ କରିପାରୁନି ବିଜେଡି । ଦଳ ଅଭିଯୋଗ କରିଛି, ଓଡିଶାର ପ୍ରଗତି ଓ ସ୍ୱାର୍ଥ ବିରୋଧରେ ଚାଲିଛି ବଡ଼ଧରଣର ଷଡଯନ୍ତ୍ର । ଏହି ପ୍ରସଙ୍ଗରେ ପ୍ରେସ୍ ମିଟ୍ କରି ସିଆଇଆଇର ପୂର୍ବାଂଚଳ ଚେୟାରମ୍ୟାନ ଜାଗି ମଙ୍ଗତ ପଣ୍ଡାଙ୍କ ନାଁ ବି ଉଠାଇଛି ବିଜେଡି । ମେକ୍ ଇନ୍ ଓଡ଼ିଶା ପ୍ରସ୍ତୁତି ବୈଠକରେ ସିଆଇଆଇ ଭାଗ ନେଉଥିବା ବେଳେ ଗତ ୪ ତାରିଖରେ ଏଥିରେ ଯୋଗ ଦେବନାହିଁ ବୋଲି ମନା କରିଦେଇଛି । ଏହି ସମୟରେ ଅନ୍ୟ କାର୍ଯ୍ୟକ୍ରମ ଥିବା ଦର୍ଶାଇଛି ସିଆଇଆଇ । ମାତ୍ର ଏଭଳି ଯୁକ୍ତିକୁ ଗ୍ରହଣ କରିପାରୁନି ବିଜେଡି ।

ଗତ ମାର୍ଚ୍ଚ ମାସରେ ସିଆଇଆଇର ପୂର୍ବାଂଚଳ ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଇଛନ୍ତି ଜାଗିମଙ୍ଗତ ପଣ୍ଡା । ବିଜେଡି ଅଭିଯୋଗ କରିଛି ବ୍ୟକ୍ତିଗତ ଚାପ ଯୋଗୁଁ ସିଆଇଆଇ ଏଭଳି ନିଷ୍ପତି ନେଇଛି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜାଗି ମଙ୍ଗତ ପଣ୍ଡା । ଅଯଥାରେ ତାଙ୍କୁ ରାଜନୀତିରେ ନପୂରାଇବାକୁ ସେ ଅନୁରୋଧ କରିିଛନ୍ତି । ସେପଟେ ମେକ୍ ଇନ୍ ଓଡ଼ିଶାରୁ ସିଆଇଆଇ ଓହରିଯିବା ପ୍ରତିବାଦରେ ଇସ୍ତଫା ଦେଇଛନ୍ତି ଓଡିଶା ଚାପ୍ଟରର ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ । ଓଡିଶାର ସ୍ୱାର୍ଥହାନୀ ହେଉଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି ଭାଇସ ଚେୟାରମ୍ୟାନ ସୁବ୍ରତ ତ୍ରିପାଠୀ ।

ଭାରତୀୟ ଶିଳ୍ପ ମହାସଂଘ ବା ସିଆଇଆଇରେ ସଦସ୍ୟ ଅଛନ୍ତି ଦେଶର ବଡ଼ ବଡ଼ ଶିଳ୍ପପତି । ସିଆଇଆଇ ସହଯୋଗରେ ୨୦୧୬ରେ ମେକ୍ ଇନ୍ ଓଡ଼ିଶା କନକ୍ଳେଭ ବେଶ୍ ସଫଳ ହୋଇଥିଲା । ପ୍ରଥମ ସଂସ୍କରଣରେ ୩ ଲକ୍ଷ ୬୪ ହଜାର କୋଟି ଟଙ୍କାର ୧୨୪ଟି ନିବେଶ ପ୍ରସ୍ତାବ ଆସିଥିଲା । ସେଥିରୁ ୬୦ ପ୍ରତିଶତ ନିବେଶ, ବିଭିନ୍ନ ପର୍ଯ୍ୟାୟରେ ରହିଛି । ତେବେ ଦ୍ୱିତୀୟ ସଂସ୍କରଣରେ ସିଆଇଆଇ ଓହରି ଯିବା ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା ଯୋଜନାକୁ ଲାଗିଛି ବଡ଼ ଧରଣର ଝଟ୍କା । ନିଷ୍ପତିର ପୁନଃବିଚାର କରିବାକୁ ସିଆଇଆଇକୁ ଅନୁରୋଧ କରିବେ ସରକାର । ସହଯୋଗ ନ ମିଳିଲେ ବି କନକ୍ଲେଭ ବନ୍ଦ ହେବନି ଓ ରାଜ୍ୟ ସରକାର ଏହାକୁ ଆଗେଇ ନେବେ ବୋଲି ସ୍ପଷ୍ଟ କରିଛି ବିଜେଡି ।

ସେପଟେ ବିଜେଡି ବନାମ ବୈଜୟନ୍ତଙ୍କ ପରିବାର ବିବାଦ ତେଜୁଥିବା ବେଳେ ଜାଗିମଙ୍ଗତ ପଣ୍ଡାଙ୍କ ସମର୍ଥନରେ ବାହାରିଲା ବିଜେପି । ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମରୁ ସିଆଇଆଇ ଓହରିଯିବା ପ୍ରସଙ୍ଗରେ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ରାଜ୍ୟ ସରକାରଙ୍କର କୌଣସି ଭିଜନ ନଥିବାରୁ ସିଆଇଆଇ ଓହରିଯାଇଛି । ଅଯଥାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପଛରେ ପଡିଛି ବିଜେଡି । ସେପଟେ ବିଜେପି ସହ ବୈଜୟନ୍ତଙ୍କ ଭିତିରିଆ ସଂପର୍କ ରହିଥିବା ଅଭିଯୋଗ ଆଣିଛି ବିଜେଡି । ଇଣ୍ଡଷ୍ଟ୍ରୀ ଷ୍ଟାଣ୍ଡିଂ କମିଟିରେ ବୈଜୟନ୍ତ ପଣ୍ଡା ମେମ୍ବର ହୋଇଥିବା ଏହାର ପ୍ରମାଣ ବୋଲି କହିଛନ୍ତି ବିଜେଡି ସାଂସଦ ପ୍ରତାପ ଦେବ ।