ଡ୍ୟାମେଜ୍ କଂଟ୍ରୋଲ ପାଇଁ ବିଜେଡିର ପ୍ରୟାସ : ଗୁମୁଡୁମାହା ଗଲା ବିଜେଡି ପ୍ରତିନିଧି ଦଳ

16

କନ୍ଧମାଳ : ଡ୍ୟାମେଜ କଂଟ୍ରେଲ ପାଇଁ ବିଜେଡିର ପ୍ରୟାସ । ବାଲିଗୁଡା ଏନକାଉଂଟର ଘଟଣାରେ ଚାରିଆଡୁ ସମାଲୋଚନା ପରେ ଘଟଣାସ୍ଥଳକୁ ଗଲା ବିଜେଡି ପ୍ରତିନିଧି ଦଳ । ଆଜି ଗୁମୁଡୁମାହା ଅଭିମୁଖେ ବାହାରିଛନ୍ତି ଶାସକ ବିଜେଡି ଦଳର ପ୍ରତିନିଧି । କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ଏକ ୪ ଜଣିଆ ପ୍ରତିନିଧି ଦଳ ଗୁମୁଡୁମାହା ଯାଇ ଆହତଙ୍କ ପରିବାରକୁ ଭେଟିବ । ଏହି ଦଳରେ ଅଛନ୍ତି ପରିବହନ ମନ୍ତ୍ରୀ ରମେଶ ମାଝୀ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ପୂର୍ବତନ ରାଜ୍ୟସଭା ସାଂସଦ ଭୁପିନ୍ଦର ସିଂ। ବାଲିଗୁଡା ଘଟଣାକୁ ନେଇ ବ୍ୟାକଫୁଟରେ ଅଛନ୍ତି ସରକାର । ବିରୋଧୀଙ୍କ କନ୍ଧମାଳ ବନ୍ଦ ଓ ଘନଘନ ବାଲିଗୁଡା ଗସ୍ତ ପରେ ଚେତିଛି ଶାସକ ଦଳ । ମୁହଁ ବଂଚାଇବାକୁ କେନ୍ଦ୍ରୀୟ ଟିମର ଘଟଣାସ୍ଥଳ ପରିଦର୍ଶନ ପୂର୍ବରୁ ଯାଇଛି ବିଜେଡି ପ୍ରତିନିଧି ଦଳ।