ମହାନଦୀ ମାଲିକାନା ବିବାଦ : ଅଗଷ୍ଟ ୩ରେ ଛତିଶଗଡ ଅଭିମୁଖେ ଯାଉଥିବା ଟ୍ରେନକୁ ରୋକିବ ବିଜେଡି

27

କନକ ବ୍ୟୁରୋ : ମହାନଦୀ ମାଲିକାନା ବିବାଦ । ଛତିଶଗଡ ବ୍ୟାରେଜ ବିରୋଧୀ ପ୍ରତିବାଦ ସ୍ୱରକୁ ଶାଣିତ କରିବ ବିଜେଡି । ଅଗଷ୍ଟ ୩ରେ ରମଣ ସିଂହ ବିରୋଧରେ ଲଢେଇ କରିବ ନବୀନ ସରକାର । ଏହାସହ ଛତିଶଗଡ ଯାଉଥିବା ସମସ୍ତ ମାଲବାହୀ ଟ୍ରେନକୁ ରୋକିବ ଦଳ । ଏହାସହ ସେହିଦିନ ଭୁବନେଶ୍ୱର ସିଡବ୍ଲୁସି ଅଫିସ ଆଗେର ରିଲେ ଅନଶନ କରିବା ପାଇଁ ସଜାବଜ ହୋଇଛିି ବିଜୁ ଜନତା ଦଳ । ସେପଟେ କଂଗ୍ରେସ ସର୍ବଦଳୀୟ ବୈଠକକୁ ବି ଦଳ ପ୍ରତ୍ୟାଖାନ କରିଛି । ମହାନଦୀ ଉପରେ ବ୍ୟାରେଜ ପ୍ରସଙ୍ଗର ଅନୁଧ୍ୟାନ ପାଇଁ ଛତିଶଗଡ ଯିବ ଟିମ୍ । ଅଗଷ୍ଟ ୫ରେ ଏହି ଟିମ୍ ଘୋଷଣା କରିବ ବିଜେଡି।