ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ବିଜେଡିର ବିରୋଧ ! ଜୁଲାଇ ୧୦ରୁ ୧୮ ଯାଏଁ ପ୍ରତି ବ୍ଲକରେ କରିବ ୨ ଘଂଟିଆ ବିକ୍ଷୋଭ

32

କନକ ବ୍ୟୁରୋ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୮୦ ଟଙ୍କାକୁ ବୃଦ୍ଧିର ପ୍ରତିବାଦ କରିଛି ବିଜେଡି । ଏହାର ପ୍ରତିବାଦରେ ଜୁଲାଇ ୧୦ ତାରିଖରୁ ୧୮ ତାରିଖ ଯାଏଁ ସପ୍ତାହେ ବ୍ୟାପୀ ରାଜ୍ୟର ୩୧୪ ବ୍ଲକରେ ପର୍ଯ୍ୟାୟକ୍ରମେ ୨ ଘଂଟିଆ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବିଜୁ କୃଷକ ସାମ୍ମୁଖ୍ୟ ନିଷ୍ପତି ନେଇଛି ।

ଦଳ ଅଭିଯୋଗ କରିଛି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି କରିବାକୁ ଓଡିଶା ବିଧାନସଭାରେ ପାରିତ ସର୍ବସମ୍ମତ ପ୍ରସ୍ତାବକୁ ହେୟଜ୍ଞାନ କରି ମୂଲ୍ୟବୃଦ୍ଧି କରିବା ଧର୍ମକୁ ଆଖିଠାର ସଦୃଶ ଓ ଚାଷୀକୂଳ ପ୍ରତି ଚରମ ପ୍ରତାରଣା । ଏହା କେନ୍ଦ୍ରର ଚାଷୀ ବିରୋଧୀ ଓ ରାଜ୍ୟ ବିରୋଧୀ ମନୋଭାବର ପରିଚୟ ଦେଉଛି ।