ଛତିଶଗଡରୁ ମିଳିଲା ସମ୍ମତି : ମଙ୍ଗଳବାର ଛତିଶଗଡ ଯିବ ବିଜେଡି ଟିମ୍

30

କନକ ବ୍ୟୁରୋ : ମଙ୍ଗଳବାର ଛତିଶଗଡ ଯିବ ବିଜେଡି ପୂର୍ଣ୍ଣାଙ୍ଗ କମିଟି । ମହାନଦୀ ଉପରେ ବ୍ୟାରେଜ ନିର୍ମାଣ ପ୍ରସଙ୍ଗରେ ତଥ୍ୟ ସଂଗ୍ରହ ପାଇଁ ଏହି ଟିମ ଛତିଶଗଡ ଗସ୍ତ କରିବ । ଏଥିନେଇ ରମଣ ସିଂହ ସରକାରଙ୍କ ମୌଖିକ ସମ୍ମତି ମିଳିଥିବା କହିଛନ୍ତି ବିଜୁ ଜନତା ଦଳର ପୂର୍ଣ୍ଣଙ୍ଗ କମିଟି ଅଧ୍ୟକ୍ଷ ପ୍ରସନ୍ନ ଆଚାର୍ଯ୍ୟ । ୯ ତାରିଖ ଦିନ ଝାରସୁଗୁଡାର ଲଖନପୁର ବ୍ଲକରେ କେଲୋ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଅଂଚଳର ଲୋକଙ୍କୁ ଭିଟିବା ପରେ ଛତିଶଗଡ ଅଭିମୁଖେ ଯିବ ଟିମ୍ । ସେଠାରେ କେଲୋ, ଅରପା ପ୍ରକଳ୍ପ ସହ ମହାନଦୀ ଉପରେ ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିବ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ପୂର୍ଣ୍ଣାଙ୍ଗ କମିଟି । ଏହାସହ ଛତିଶଗଡ ସରକାରର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଏହି ଦୁଇ ଦିନିଆ ଗସ୍ତ ସମୟରେ ରହିଛି ।