ମହାନଦୀର ଉପରମୁଣ୍ଡରେ ଛତିଶଗଡର ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗ : ମୁକାବିଲା ପାଇଁ ଆଜି ବସୁଛି ବିଜେଡି ପୂର୍ଣ୍ଣାଙ୍ଗ କମିଟିର ପ୍ରଥମ ବୈଠକ

16

କନକ ବ୍ୟୁରୋ : ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗରେ ବିଜେଡ଼ି ଗଠନ କରିଥିବା ୧୨ ଜଣିଆ ପୂର୍ଣ୍ଣାଙ୍ଗ କମିଟିର ଆଜି ବସିବ ବୈଠକ । ବୈଠକରେ ଛତିଶଗଡ଼ ସହ ମୁକାବିଲା ନେଇ ପ୍ରସ୍ତୁତ ହେବ ରଣନୀତି । ଛତିଶଗଡ଼ର ଏକଚାଟିଆ ମନୋଭାବ ଉପରେ ଅଂକୁଶ ଲଗାଇବା ନେଇ ବିଜେଡି ପକ୍ଷରୁ ଗତକାଲି ଏହି କମିଟିର ଘୋଷଣା କରାଯାଇଥିଲା । ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ କ୍ଷେତ୍ର ଅନୁଧ୍ୟାନ କରିବ ଏହି ୧୨ ଜଣିଆ ଟିମ୍ । ପ୍ରସନ୍ନଙ୍କ ଦଳରେ ଅଛନ୍ତି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ଅମାତ୍, ମଙ୍ଗଳା କିଶାନ, କିଶୋର ମହାନ୍ତି, ପଦ୍ମନାଭ ବେହେରା, ସଂଜୟ ଦାସବର୍ମା, ରୋହିତ ପୂଜାରୀ, ସୁଶାନ୍ତ ସିଂ. ପ୍ରତାପ ଦେବ, ଶ୍ରୀମତି ପ୍ରମିଳା ମଲ୍ଲିକ ଓ ରାସେଶ୍ୱରୀ ପାଣିଗ୍ରାହୀ । ଏହି ପୂର୍ଣ୍ଣାଙ୍ଗ ଟିମ୍ ଏକ ବୈଷୟିକ ପରାମର୍ଶ ଦାତା ମଣ୍ଡଳୀର ସହାୟତା ନେବ । ଏହି ମଣ୍ଡଳରେ ଜଳ ସମ୍ପଦ ବିଭାଗର ୩ ଜଣ ପୂର୍ବତନ ଯନ୍ତ୍ରୀ ଶ୍ରୀ ଶରତ ମହାନ୍ତି, ଶ୍ରୀ ଶ୍ରୀଧର ବେହେରା ଓ ଶ୍ରୀ ରମେଶ ରଥ ରହିବେ । ରମଣ ସିଂହ ସରକାର ମହାନଦୀ ଉପରେ କରୁଥିବା ବ୍ୟାରେଜର ସ୍ଥିତି ଅନୁଧ୍ୟାନ କରିବ ବିଜେଡିର ପୂର୍ଣ୍ଣାଙ୍ଗ ଟିମ୍ ।