ପୁଣି ନିର୍ବାଚନ ଆୟୋଗର ଫେରାଦ ହେଲା ବିଜେଡି । ୫ଟି ପ୍ରସଙ୍ଗ ନେଇ ଇସିଙ୍କ ନିକଟରେ ଫେରାଦ ଦେଲା ଦଳ

171

କନକ ବୁରୋ: ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପୁଣି ନିର୍ବାଚନ ଆୟୋଗଙ୍କଠାରେ ଫେରଦା ହେଲା ବିଜେଡି । ତେବେ ୫ଟି ପ୍ରସଙ୍ଗକୁ ପାଧେୟ କରି ଆଜି ପୁଣି ଥରେ ଇସିଙ୍କ ନିକଟରେ ଫେରାଦ ହୋଇଛି ବିଜୁ ଜନତା ଦଳ ।

ହିଂଜିଳି ପୋଲିସ ଅଧିକାରୀଙ୍କୁ ୩ ଜଣ ବିଜେପି ନେତା ଗାଳି ଗୁଲଜ କରିବା ନେଇ ଅଭିଯୋଗ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ଦଳ । ବିଜେଡି ଅଭିଯୋଗ ଅନୁସାରେ, ହିଂଜିଳରେ ବିଜେପି ପ୍ରାର୍ଥୀମାନେ ଖୋଲା ଖୋଲି ଭାବେ ପୁଲିସ ଅଧିକାରୀ ଏବଂ ନିର୍ବାଚନ କର୍ମଚାରୀଙ୍କୁ ଧମକ ଦେଉଛନ୍ତି । ଯାହାକି ଅପରାଧ ଅଟେ । ତେଣୁ ଏପ୍ରତି ମୁଖ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିବା ସହ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛି ବିଜେଡି ।

ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ ବେଳେ ଦାୟିତ୍ୱରେ ଥିବା ଇସି ଅଧିକାରୀ ଫଟୋ ନେଉଥିଲେ । ତେବେ ଧର୍ମେନ୍ଦ୍ର ପୋଲିସକୁ ଫଟୋ ନେବା ପାଇଁ ତାଙ୍କୁ ବାରଣ କରିବା ପାଇଁ କହିଥିଲେ ।

ସୋସିଆଲ ମିଡିଆରେ ନବୀନଙ୍କୁ ବ୍ୟଙ୍ଗ କରାଯିବା ନେଇ ଅଭିଯୋଗ କରିଛି ବିଜେଡି । ଏଥିପାଇଁ ଇସିଙ୍କ କୌଣସି ଅନୁମତି ନିଆଯାଇନାହିଁ । କିଛିଦିନ ତଳେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ବହୁ ବ୍ୟଙ୍ଗାତ୍ମକ ଭାବରେ ଚିତ୍ରଣ କରାଯାଇଥିଲା । ତେବେ ନିୟମ ଅନୁସାରେ ସୋସିଆଲ ମିଡିଆରେ କୌଣସି ବି ନିର୍ବାଚନୀ ବିଜ୍ଞାପନ କରିବା ପୂର୍ବରୁ ପ୍ରଥମେ ଇଲେକ୍ସନ କମିଶନଙ୍କଠାରୁ ଅନୁମତି ଆଣିବାକୁ ପଡିବ । ଯାହାକି ବିଜେପି ଠାରେ ବାରମ୍ବାର ବ୍ୟତିକ୍ରମ ହେଉଥିବା ନେଇ ଦେଖିବାକୁ ମିଳିଛି । ତେଣୁ ଏସଂକ୍ରାନ୍ତ ଇସିଙ୍କୁ ଭେଟି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛି ବିଜେଡି ।

ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମଧ୍ୟ ଇସିଙ୍କଠାରେ ଫେରଦା ହୋଇଛି ବିଜେଡି । ଦଳର ଅଭିଯୋଗ ଅନୁସାରେ, ବୈଜୟନ୍ତ ଏବେ ତାଙ୍କର ସଦ୍ୟତମ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି କି, ସେ ଇମ୍ପା ତରଫରୁ ୨ କୋଟି ଟଙ୍କାର ଦରମା ନେଉଛନ୍ତି । ଯାହାକି ପୂର୍ବରୁ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ ନଥିଲା । ସେହିଭଳି ବୈଜୟନ୍ତ ଯେଉଁ ହେଲିକପ୍ଟର ବ୍ୟବହାର କରୁଛନ୍ତି ତାହାର କୌଣସି ବାଣିଜ୍ୟିକ ଲାଇସେନ୍ସ ନାହିଁ । ହେଲିକାପ୍ଟର ଖର୍ଚ୍ଚକୁ ନିର୍ବାଚନୀ ଖର୍ଚ୍ଚରେ ଯୋଡାଯାଉ । ହେଲିକାପ୍ଟର ବ୍ୟବହାର ହିସାବ ରଖାଯାଉ ବୋଲି ଇସଙ୍କ ନିକଟରେ ଦାବୀ କରିଛି ବିଜେଡି ।

ସେହିଭଳି ଧର୍ମେନ୍ଦ୍ର ଅଣଓଡିଆ ଅଧିକାରୀ ଓ ପୋଲିସ ଅଧିକାରୀ ସରକାରଙ୍କୁ ଚଳାଉ ଥିବା ନେଇ ଧର୍ମେନ୍ଦ୍ରଙ୍କ ଅଭିଯୋଗ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରି ଇସିର ଫେରାଦ ହୋଇଛି ବିଜୁ ଜନତା ଦଳ ।