ନିଜ ମନ୍ତ୍ରାଳୟ କଥା ବୁଝିପାରୁନାହାନ୍ତି କେନ୍ଦ୍ରମନ୍ତ୍ରୀ ! ଧର୍ମେନ୍ଦ୍ରଙ୍କୁ ବିଜେଡିର ଟାର୍ଗେଟ, ଅହଂକାରରୁ ରୁହନ୍ତୁ ନିବୃତ ।

28

କନକ ବ୍ୟୁରୋ : ସୁପ୍ରିମକୋର୍ଟ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ଭର୍ସନା କରିବା ପରେ ଏବେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ବିଜେଡି । ଏ ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ ତଥା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବରଦସ୍ତ ଆକ୍ରମଣ କରିଛି ବିଜେଡି । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କେନ୍ଦ୍ରମନ୍ତ୍ରୀ ନିଜ ମନ୍ତ୍ରାଳୟ କଥା ବୁଝିପାରୁ ନାହାନ୍ତି । କିନ୍ତୁ ସେ ଅନ୍ୟ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି । ତାଙ୍କର ଅହଂକାର ବଢିଯାଇଛି । ଅହଂକାରରୁ ସେ ନିବୃତ ରହୁନ୍ତୁ । ରାଜ୍ୟର ସ୍ୱାର୍ଥ ଉପରେ କାମ କରନ୍ତୁ ।

ଏକ ମାମଲାରେ ପଦକ୍ଷେପ ନେବାରେ ପେଟ୍ରୋଲିୟମ ବିଭାଗ ବିଳମ୍ବ କରିଥିବାରୁ କଡା ଭାଷାରେ ଭର୍ସନା କରିଥିଲେ ସୁପ୍ରିମକୋର୍ଟ । ତୁମେ କଣ ଭଗବାନ ନା ସୁପର ସରକାର । ତୁମେ କଣ ଭାବୁଛ, ତୁମ ଦୟାରେ ବିଚାରପତିମାନେ ଅଛନ୍ତି । ଏଭଳି କିଛି ମନ୍ତବ୍ୟ ଦେଇ ସୁପ୍ରିମକୋର୍ଟ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟକୁ ଭର୍ସନା କରିଛନ୍ତି । ଏକ ମାମଲାରେ ପଦକ୍ଷେପ ନେବାର ପେଟ୍ରୋଲିୟମ ବିଭାଗ ବିଳମ୍ବ କରିଥିବାରୁ ଏଭଳି କଡା ଭାଷାରେ ସୁପ୍ରିମକୋର୍ଟ ଭର୍ସନା କରିଛନ୍ତି । ଦିଲ୍ଲୀର ପରିବେଶ ପ୍ରଦୂଷଣ ସଂକ୍ରାନ୍ତୀୟ ଏକ ଶୁଣାଣିରେ ଏହି ରାୟ ଦେବା ସହ ୨୫ ହଜାର ଟଙ୍କା ମଧ୍ୟ ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ ।