ରାଜ୍ୟ ସରକାରଙ୍କୁ ପୁଣି ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ ! ବିଜେଡି ରଖିଲା ଜବାବ୍

26

କନକ ବ୍ୟୁରୋ : ଆଜି ପୁଣି ରାଜ୍ୟ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବ,କହିଛନ୍ତି ରାଜ୍ୟ ସରକାର କେନ୍ଦ୍ରୀୟ ଅର୍ଥକୁ ବାଟମାରଣା କରୁଛନ୍ତି । କେନ୍ଦ୍ର ଦେଉଥିବା ଅନୁଦାନକୁ ନିଜ ନାଁ’ରେ କହି ବାହାବାହା ନେଉଛନ୍ତି । ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଛି । ଏଠି ନେତା, ଅଧିକାରୀ ଠିକାଦାର ସମସ୍ତେ ଦୁର୍ନୀତିଗ୍ରସ୍ତ । ସମସ୍ତେ ୨୦ରୁ ୨୫ ପ୍ରତିଶତ କମିଶନ ନେଉଛନ୍ତି ।

ମୁଖ୍ୟମନ୍ତ୍ରୀ ମୌନବ୍ରତ ଧାରଣ କରି ସେମାନଙ୍କୁ ସୁରକ୍ଷା ଦେଉଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବ । ଗ୍ରାମାଂଚଳର ବିକାଶ ହୋଇପାରୁନି । ଗାଁରେ ଶୌଚାଳୟ ନାହିଁ କି ପିଇବା ପାଣି ନ’ଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।କେନ୍ଦ୍ରମନ୍ତ୍ରୀଙ୍କ ଟିପ୍ପଣୀକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ମୁଖପାତ୍ର ଅମର ଶତପଥୀ କହିଲେ ହତାସ ହୋଇପଡିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :