ନିର୍ବାଚନ ନେଇ ବିଜେଡି ସୁପ୍ରିମୋଙ୍କ ଦମ୍ଭୋକ୍ତି । ୨୦୧୪ ଅପେକ୍ଷା ଏଥର ଭଲ କରିବ ବିଜେଡି ।

163

କନକ ବ୍ୟୁରୋ: ଚଳିତ ନିର୍ବାଚନ ନେଇ ବିଜେଡି ସୁପ୍ରିମୋଙ୍କ ବୟାନ । ପ୍ରତି ନିର୍ବାଚନ ସର୍ବଦା ଗୁରୁତ୍ୱପୂର୍ଣ୍ଣ ବହନ କରିଥାଏ । ୨୦୧୪ ତୁଳନାରେ ୨୦୧୯ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ । କିନ୍ତୁ ପ୍ରତି ନିର୍ବାଚନ ଭଳି ଏଥର ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ଓଡ଼ିଶାରେ ୪ଟି ପର୍ଯ୍ୟାୟ ନିର୍ବାଚନ ହେବାକୁଥିବାବେଳେ ବିଜେଡି ସୁପ୍ରିମୋଙ୍କ ଏଭଳି ଦମ୍ଭୋକ୍ତି ବିରୋଧୀ ଶିବିରରେ ଛନାକ ଭରିଛି ବୋଲି ଚର୍ଚ୍ଚା ଜୋର ଧରିଛି ।

ସେପଟେ ଚଳିତ ନିର୍ବାଚନରେ ବିଜୟ ହାସଲ ପାଇଁ ବିଭିନ୍ନ ରାଜନୈତକ ଦଳ ବଳ କଷୁଥିବାବେଳେ ରାଜ୍ୟ ରାଜନୀତିର ପ୍ରମୁଖ ବିରୋଧୀ ବିଜେପି କେନ୍ଦ୍ରରେଥିବା ଶୀର୍ଷ ନେତାମାନଙ୍କୁ ଆଣି ଭୋଟ ହାତେଇବାକୁ ରଣନୀତି କରୁଛି । ଯେଉଁଥି ପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ୍ ଶାହା ମାରାଥନ ଓଡ଼ିଶା ଗସ୍ତ କରୁଛନ୍ତି । କିନ୍ତୁ ଏହାକୁ ହାଲୁକା ଢ଼ଙ୍ଗରେ ନେଇ ନବୀନ କହିଛନ୍ତି ଯେ, ଏହା ନିର୍ବାଚନୀ ସମୟରେ ହୁଏ ଏଥିରେ କୌଣସି ନୂତନତା ନାହିଁ । ଏହାର ପ୍ରଭାବ ବିଜେଡି ଉପରେ ପଡ଼ିବ ନାହିଁ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ।