ବାଲିପାଟଣାରୁ ନବୀନଙ୍କ ଭବିଷ୍ୟବାଣୀ । କହିଲେ, କେନ୍ଦ୍ରରେ କାହାକୁ ମିଳିବନି ବହୁମତ, ସରକାର ଗଢ଼ିବାରେ କିଙ୍ଗ ମେକର ସାଜିବ ବିଜୁ ଜନତା ଦଳ ।
କନକ ବ୍ୟୁରୋ: ବାଲିପାଟଣାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବଡ଼ ବୟାନ । କେନ୍ଦ୍ରରେ ସରକାର ଗଢ଼ିବାରେ ବଡ ଭୂମିକା ନେବ ବିଜେଡି । ଏପରିକି ଏଥର କେନ୍ଦ୍ରରେ କୌଣସି ଦଳକୁ ବହୁମତ ମିଳିବ ନାହିଁ ବୋଲି ସିଧାସିଧା କହିଛନ୍ତି ନବୀନ । ତେଣୁ ଏଥର ଆଞ୍ଚଳିକ ଦଳମାନେ କେନ୍ଦ୍ରରେ କ୍ଷମତା ସମ୍ଭାଳିବାକୁ ଥିବା ସରକାର ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ନେବେ । କିନ୍ତୁ ବିଜେଡି ଚଳିତଥର ୨୧ରୁ ୨୧ ସାଂସଦ ପାର୍ଲାମେଣ୍ଟକୁ ପଠାଇବ ଯାହାକି କେନ୍ଦ୍ରରେ ସରକାର ଗଢ଼ିବାରେ କିଙ୍ଗ ମେକର ସାଜିବ ବୋଲି ଭବିଷ୍ୟବାଣୀ କରିଛନ୍ତି ନବୀନ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଉ ମାତ୍ର ଦିନକ ପରେ ଅର୍ଥାତ୍ ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ । ତେଣୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ନବୀନ । ଏହାସହ କେନ୍ଦ୍ରକୁ ନିଶାନା କରି ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ସିଧା ନିଶାନା ମଧ୍ୟ କରିଛନ୍ତି ନବୀନ । କହିଛନ୍ତି, ରାଜ୍ୟରେ ଦୁର୍ବିପାକ, ବିପର୍ଯ୍ୟୟ ସମୟରେ କେନ୍ଦ୍ରର କୌଣସି ନେତାଙ୍କ ଦେଖା ନଥିଲା, ହେଲେ ନିର୍ବାଚନ ସମୟରେ ଭୋଟ୍ ପାଇଁ ମିଛ ପ୍ରତିଶ୍ରୁତି ଦେବାକୁ ଆସୁଛନ୍ତି । ଏପରିରକି ବିଜେପି ନେତାମାନେ ଏବେ ନିର୍ବାଚନୀ ପର୍ଯ୍ୟଟନ ଭଳି ଆସି ପର୍ଯ୍ୟଟକଙ୍କ ଭଳି ଫଟୋ ଉଠାଉଛନ୍ତିି କହି କଟାକ୍ଷ କରିଛନ୍ତି ନବୀନ ।
ସେହିପରି ପ୍ରତିଥର ଭଳି ଏଥର ମଧ୍ୟ ନବୀନ କହିଛନ୍ତି, କି, ଓଡ଼ିଶାର ଚାଷୀ ଭାଇଙ୍କ ପାଇଁ ‘କାଳିଆ’ ଯୋଜନା ଜାତୀୟସ୍ତରରେ ପ୍ରସଂଶା ସାଉଣ୍ଟୁଥିବାବେଳେ କେନ୍ଦ୍ରର ବିଜେପ ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଛି । ହେଲେ ମୁଁ ବଞ୍ଚିଥିବା ଯାଏ ‘କାଳିଆ’କୁ ବନ୍ଦ କରିପାରିବେ ନାହିଁ । ଏବଂ ଏହାର ଜବାବ୍ ଓଡ଼ିଶାବାସୀ ନିଶ୍ଚୟ ଦେବେ ବୋଲି କହିଛନ୍ତି ନବୀନ । ଆପଣମାନେ ମୋ ପରିବାର, ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋର ପରିବାର । ମୁଁ ଆପଣଙ୍କ ସହିତ ସବୁବେଳେ ରହିଛି । ମୋତେ ଆଶର୍ବାଦ କରନ୍ତୁ ମୁଁ ଆପଣଙ୍କ ସେବା କରିଚାଲିଥିବି ବୋଲି କହିଛନ୍ତି ନବୀନ ।