ପାଖଉଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ, ହାଇଟେକ୍ ବସରେ ରୋଡ୍ ସୋ’ କରି ଶକ୍ତି ପ୍ରଦର୍ଶନ କଲେ ନବୀନ ।

118

କନକ ବ୍ୟୁରୋ: ଆସିକା ସଂସଦୀୟ କ୍ଷେତ୍ର ସୋରଡ଼ାରେ ନବୀନଙ୍କ ରୋଡ୍ ସୋ’ । ଆସନ୍ତା ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ସ୍ଥାନୀୟ ଲୋକମାନଙ୍କୁ ଅବଗତ କରାଇ କେନ୍ଦ୍ର ଉପରେ ବର୍ଷିଲେ ନବୀନ । କହିଛନ୍ତି କି, ଆସିକା ବିଜୁ ବାବୁଙ୍କ ନିର୍ବାଚନ ମଣ୍ଡଳୀ ଆଉ ମୋ ରାଜନୈତିକ କ୍ୟାରିୟର ମଧ୍ୟ ଏହି କ୍ଷେତ୍ରରୁ ଆରମ୍ଭ ହୋଇଛି ତେଣୁ ଶେଷ ନିଶ୍ୱାସ ଥିବା ଯାଏଁ ଲଢ଼େଇ କରିବି । କେନ୍ଦ୍ର ରାଜ୍ୟକୁ ସବୁବେଳେ ଅବହେଳା କରିଆସିଛି ଯାହାର ଜବାବ୍ ଏଥର ଓଡ଼ିଶାବାସୀ ନିଶ୍ଚୟ ଦେବେ ବୋଲି କହିଛନ୍ତି ନବୀନ ।

ସେହିପରି ସୋରଡ଼ାରୁ ବ୍ରହ୍ମପୁର ଯାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ୍ ବସରେ  ରୋଡ୍ ସୋ’ କରୁଛନ୍ତି । ଏହି ରୋଡ୍ ସୋ’ରେ ହେଭିୱେଟ୍ ନେତାମାନେ ସାମିଲ ହୋଇଛନ୍ତି । ତେବେ ବିଜେଡି ଷ୍ଟାର ପ୍ରଚାରକ ପ୍ରମୁଖ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରୁଛନ୍ତି । ଆସିକା ଲୋକସଭା ଆସନର ବିଜେଡି ପ୍ରାର୍ଥୀ , ସ୍ଥାନୀୟ ବିଧାୟକ ପ୍ରାର୍ଥୀ , ବିଜେଡିର ବହୁ କର୍ମୀ ଓ ସମର୍ଥକ ଏହି ରୋଡ୍ ସୋ’ରେ ଭାଗ ନେଇଛନ୍ତି ।