ପ୍ରଚାର ମୈଦାନରେ ବିଜେଡି ସୁପ୍ରିମୋ । ନବୀନ କହିଲେ, “ସାଢ଼େ ୪ କୋଟି ଓଡ଼ିଆ ହେଉଛନ୍ତି ମୋ ପରିବାର” ।

62

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନବୀନଙ୍କ ମାରାଥନ ପ୍ରଚାର । ଧରାକୋଟ, ତୁମୁଡ଼ିବନ୍ଧ ଓ ସୋରଡ଼ା ରୋଡ୍ ସୋ’ ପରେ ଆସିକା ସଂସଦୀୟ କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ୍ ମାଗି ନବୀନ କହିଛନ୍ତି ଯେ, ଏତେ ଖରାତରା ଥାଇ ମଧ୍ୟ ବିଜେଡିକୁ ବିପୁଳ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଏପରିକି ସାଢ଼େ ୪ କୋଟି ରାଜ୍ୟବାସୀ ମୋ ପରିବାର ବୋଲି ପୁଣି ଥରେ ଦୋହରାଇଛନ୍ତି ନବୀନ । ଶେଷ ନିଶ୍ୱାସ ଯାଏ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବି ତେଣୁ ମୋତେ ଆଶର୍ବାଦ କରନ୍ତୁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି କହିଛନ୍ତି ନବୀନ ।

ସେହିପରି ସୋରଡ଼ାରୁ ବ୍ରହ୍ମପୁର ଯାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଟେକ୍ ବସରେ ରୋଡ୍ ସୋ’ କରିଛନ୍ତି । ଏହି ରୋଡ୍ ସୋ’ରେ ହେଭିୱେଟ୍ ନେତାମାନେ ସାମିଲ ହୋଇଥିଲେ । ବିଜେଡି ଷ୍ଟାର ପ୍ରଚାରକ ପ୍ରମୁଖ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଆସିକା ଲୋକସଭା ଆସନର ବିଜେଡି ପ୍ରାର୍ଥୀ, ସ୍ଥାନୀୟ ବିଧାୟକ ପ୍ରାର୍ଥୀ, ବିଜେଡିର ବହୁ କର୍ମୀ ଓ ସମର୍ଥକ ଏହି ରୋଡ୍ ସୋ’ରେ ଭାଗ ନେଇଥିଲେ ।