ଶାହାଙ୍କୁ ନବୀନଙ୍କ ଜବାବ୍ । କହିଲେ,ଜନତା କହିବେ ଆଗାମୀ ନିର୍ବାଚନରେ କାହାକୁ ରଖିବେ, କାହାକୁ ଫିଙ୍ଗିବେ ।

344

କନକ ବ୍ୟୁରୋ: ଜୋର ଧରିଲା ପୋଡ଼ା ଟ୍ରାନ୍ସଫର୍ମର ରାଜନୀତି । ପୁରୀରେ ସରକାରଙ୍କୁ ଶାହାଙ୍କ ଆକ୍ଷେପ, ଭୁବନେଶ୍ୱରରେ ଜବାବ ରଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପିର ଦୁଇଦିନିଆ ରାଷ୍ଟ୍ରୀୟ ସମ୍ମିଳନୀରେ ନବୀନ ସରକାରଙ୍କୁ ଉପାଡ଼ି ଫିଙ୍ଗି ଦେବାକୁ କହି ସମାଲୋଚନା କରିଥିଲେ ଶାହା । ଏହାର ପାଲଟା ଜବାବ୍ ରଖି ନବୀନ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ଜଣାପଡ଼ିବ କିଏ ଯାଉଛି କିଏ ରହୁଛି । ଏବଂ ରାଜ୍ୟବାସୀ ନିଷ୍ପତି ନେବେ କାହାକୁ ରଖିବେ ଆଉ କାହାକୁ ଫୋଫାଡ଼ିବେ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କର କହି ଶାହାଙ୍କୁ ଜବାବ ଦେଇଛନ୍ତି ନବୀନ ।

amit-vs naveenଏପରିକି ଶାହାଙ୍କ ପୋଡ଼ା ଟ୍ରାନ୍ସଫର୍ମରର ଜବାବ୍ ଦେଇ ନବୀନ କହିଛନ୍ତି, ଆଗାମୀ ନିର୍ବାଚନରେ ପୋଡ଼ା ଟ୍ରାନ୍ସଫର୍ମର କିଏ ଓ ଓଡ଼ିଶାର ଟ୍ରାନ୍ସଫର୍ମର କିଏ ଜଣାପଡ଼ିବ । ଏହାସହ ଶାହା ଉଠାଇଥିବା କଂଗ୍ରେସ-ବିଜେଡି ମେଣ୍ଟ ଅଭିଯୋଗରେ ଉତ୍ତର ଦେଇ ନବୀନ କହିଛନ୍ତି ଯେ, ଆମ ନିଜର ‘ଏ ଟିମ୍’ ଆମେ ଉଭୟ ବିଜେପି-କଂଗ୍ରେସ ଠାରୁ ସମଦୂରତା ରକ୍ଷା କରୁଛୁ । ରାଜ୍ୟବାସୀଙ୍କ ଉପରେ ମୋର ଦୃଢ଼ ବିଶ୍ୱାସ ରହିଛି ଆଗାମୀ ନିର୍ବାଚନରେ ଆମକୁ ବହୁସଂଖ୍ୟାରେ ଜିତାଇବେ ଲୋକ ବୋଲି କହିଛନ୍ତି ନବୀନ ।