ନମୋଙ୍କୁ ନବୀନଙ୍କ ଶୁଭେଚ୍ଛା । ଭୋଟ୍ ଗଣତି ଟ୍ରେଣ୍ଡିଂରେ କେନ୍ଦ୍ରରେ ବିଜେପିକୁ ବହୁମତ, ଟେଲିଫୋନ୍ ଯୋଗେ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ ।

144

କନକ ବ୍ୟୁରୋ: ନିର୍ଣ୍ଣାୟକ ଫଳାଫଳ ପୂର୍ବରୁ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେନ୍ଦ୍ରରେ ଆଗାମୀ ଶାସନ ପାଇଁ ବିଜେପିକୁ ବହୁମତ ମିଳିବା ପରେ ଟେଲିଫୋନ୍ ଯୋଗେ ନମୋଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସେହିଭଳି ମୋଦି ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଛନ୍ତି । ନିଜ ଅଫିସିଆଲ ଟ୍ୱିଟର ପେଜ୍ ଜରିଆରେ ନବୀନଙ୍କୁ ପଞ୍ଚମଥର ପାଇଁ ଓଡ଼ିଶାରେ ବିଜୟ ତିଳକ ପିନ୍ଧିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ମୋଦି । ଏହାସହ ଆସନ୍ତା ଶାସନକାଳ ପାଇଁ ନବୀନଙ୍କୁ ଅଜଶ୍ର ଶୁଭେଚ୍ଛା ଜଣାଇଛନ୍ତି ମୋଦି ।