ପୁଣି ମୋଦିଙ୍କ ସହ ଠିଆ ହେଲେ ନବୀନ । ଧାରା ୩୭୦ ଉଛେଦ ଓ ଅନ୍ୟ ବିଲକୁ ବିଜେଡିର ସମର୍ଥନ ।

#ଧାରା_୩୭୦ ଉଛେଦ ସହ ଅନ୍ୟ ସମସ୍ତ ବିଲକୁ ସମର୍ଥନ ଦେବାକୁ ବିଜେଡିର ଘୋଷଣା । ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଲେ, କାଶ୍ମୀର ବାସୀଙ୍କୁ ସ୍ୱାଧୀନତା ମିଳିବା କଥା । ୭୦ ବର୍ଷ ପରେ ସେମାନଙ୍କୁ ନ୍ୟାୟ ମିଳିଲା । ଆଂଚଳିକ ଦଳ ହେଲେବି ସମର୍ଥନ କରୁଛୁ, କାରଣ ଆମ ମାତୃଭୂମି ଭାରତ ।

1,157

ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ଏବଂ ଜମ୍ମୁକାଶ୍ମୀରର ବିଭାଜନ ପାଇଁ ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ସଂକଳ୍ପକୁ ବିଜୁ ଜନତା ଦଳ ବା ବିଜେଡି ସମର୍ଥନ କରିଛି । ରାଜ୍ୟସଭାରେ ବିଜେଡି ସଂସଦ ପ୍ରସନ୍ନ ଆଚାର‌୍ୟ୍ୟ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଏବେ ଭାରତର ଅଂଶ ହୋଇଯାଇଛି । ବିଜେଡି ଏକ ଆଞ୍ଚଳିକ ରାଜନୈତିକ ଦଳ ହୋଇଥିଲେ ବି ଦେଶର ଏକତା ଓ ଅଖଣ୍ଡତାକୁ ଏହା ପ୍ରାଥମିକତା ଦିଏ । ବିଜେଡି ଭଳି ବିଏସପି ଓ ଏଆଇଡ଼ିଏମକେ ଏହାକୁ ସମର୍ଥନ କରିଛନ୍ତି ।

ଏଠାରେ ସୂଚନା ଥାଉ କି ଲଦାଖ ଏବଂ ଜମ୍ମୁ ଓ କଶ୍ମୀରକୁ ପୃଥକ୍‌ କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ଲାଗି ସୋମବାର ଦିନ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅନ୍ୟ ଏକ ପ୍ରସ୍ତାବ ରଖିଥିଲେ । ସେ କହିଛନ୍ତି କି, କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ଚଣ୍ଡୀଗଡ଼ ପରି ବିଧାନସଭା ରହିବ ନାହିଁ, କିନ୍ତୁ ଜମ୍ମୁ ଓ କଶ୍ମୀରରେ ଦିଲ୍ଲୀ ଏବଂ ପୁଡୁଚେରୀ ପରି ବିଧାନସଭା କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି।