ଯୁବ ବିଜେଡି କାର୍ଯ୍ୟକାରିଣୀ ବୈଠକ ଆରମ୍ଭ : ଚତୁର୍ଥ ପାଳିର ତିନି ବର୍ଷ ପୂର୍ତି ଅବସରରେ ନବୀନ ବଖାଣିଲେ ସରକାରଙ୍କ ସଫଳତା

19

କନକ ବ୍ୟୁରୋ : ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଇଡକଲ ଅଡିଟୋରିୟମରେ କାର୍ଯ୍ୟକାରିଣୀ  ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।

ବିଜେଡି ନେତୃତ୍ୱାଧୀନ ସରକାରର ୩ ବର୍ଷର ସଫଳତା ଓ ଆଗାମୀ ସମୟ ପାଇଁ ଛାମୁଆ ସଂଗଠନ କାର୍ଯ୍ୟକ୍ରମ ସଂପର୍କରେ ମାର୍ଗ ଦର୍ଶନ କରାଇଛନ୍ତି ନବୀନ । କାର୍ଯ୍ୟକାରିଣୀରେ ବିଜୁ ଜନତା ଦଳର ରାଜ୍ୟ କାର୍ୟ୍ୟକର୍ତ୍ତା, ଜୋନ ସଭାପତି, ଜିଲ୍ଲାସଭାପତି ସାମିଲ ହୋଇଛନ୍ତି ।