ରାଜ୍ୟରେ ପୁଣି ଆରମ୍ଭ ହେଲା ସିବିଆଇ ରିଟର୍ଣ୍ଣସ୍ ରାଜନୀତି : ବିଜେଡିର ଅଭିଯୋଗ ଭୟଭୀତ କରିବାକୁ ବିଜେପି କରୁଛି ଚାଲ

34

ପଂଚାୟତ ନିର୍ବାଚନ ପାଇଁ ସିବିଆଇ ସକ୍ରିୟ ହୋଇ ଉଠିଛି । ଏଭଳି ସନ୍ଦେହ କରୁଛି ଶାସକ ଦଳ ବିଜେଡି । ଦଳ ମୁଖପାତ୍ର ଏନେଇ ଆଜି ଗଣମାଧ୍ୟମରେ ବୟାନ ଦେଇଛନ୍ତି । ହାରିବା ଭୟରେ ବିଜେପି ସିବିଆଇକୁ ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ କରିଛି ଦଳ । କିଛି ଦିନର ନୀରବତା ପରେ ସିବିଆଇ ହଠାତ ସକ୍ରିୟ ହୋଇ ପଡିଥିବାରୁ ବିଜେଡି ଏଭଳି ସନ୍ଦେହ କରୁଛି ।

ସି-ସୋର ଚିଟଫଣ୍ଡ ଦୁର୍ନୀତି ମାମାଲରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପତ୍ନୀ ଓ ବାଲେଶ୍ୱରର ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କୁ ସିବିଆଇ ସମନ କରିଛି । ପ୍ରଶାନ୍ତ ଦାସଙ୍କ ସି-ସୋର ଗ୍ରୁପ ସହ ଏକ ଜମି ଡିଲକୁ ନେଇ ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀ ବିଳାଶିନୀ ବିଶ୍ୱାଳଙ୍କୁ ୨ ଦିନରେ ହାଜର ହେବାକୁ ନୋଟିସ କରିଛି । ସେହିପରି ସି-ସୋର ଗ୍ରୁପଠାରୁ ସାଂସଦ ରବୀନ୍ଦ୍ରଙ୍କ ଏକ କମ୍ପାନି ଋଣ ନେଇଥିବା ଅଭିଯୋଗ ରହିଛି ।

ଏପଟେ ମନ୍ତ୍ରୀ ସଂଜୟ ଦାସବର୍ମା ଓ ଅନ୍ୟ କେତେକ ବିଧାୟକ ଏଟି ଗ୍ରୁପରୁ ଗାଡ଼ି ନେଇଥିବା ଅଭିଯୋଗ ଆସିବା ପରେ ତଦନ୍ତକୁ ଜୋରଦାର କରିଛି ସିବିଆଇ । ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ନୋଟିସ୍ କରିଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, ୨୦୦୯ ରୁ ୨୦୧୩ ମଧ୍ୟରେ ବିଧାନସଭାକୁ ଆସିଥିବା ସମସ୍ତ ଗାଡ଼ିର ପାସ୍ ସଂପର୍କରେ ତଥ୍ୟ ମାଗିଛି ।

ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳମାନଙ୍କର ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଏହାରି ଭିତରେ ପୁରୁଣା ମାମଲାରେ ବିଜେଡି ନେତାଙ୍କୁ ପୁଣି ଘେରିଛି ସିବିଆଇ । ସି-ସୋର, ଏଟି ଭଳି ବହୁ କୋଟିର ଚିଟଫଣ୍ଡ ଦୁର୍ନୀତି ସହ ବିଜେଡି ନେତାଙ୍କ ସଂପୃକ୍ତି ଦଳ ପାଇଁ ଘାତକ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ :