ବିଜେଡି ଛାତିରେ ଛନକା : ଜୁଏଲଙ୍କ ମନ୍ତବ୍ୟ ପରେ ଦଳବଳ ଧରି କାଉଂଟର କଲା ବିଜେଡି

22

କନକ ବ୍ୟୁରୋ : ବିଜେପିରେ ମିଶିବା ପାଇଁ ବିଜେଡି ନେତାମାନେ ଯୋଗାଯୋଗ କରୁଛନ୍ତି ବୋଲି ଗତକାଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମନ୍ତବ୍ୟ ଦେବା ପରେ ଆଜି ବିଜେଡି ଦଳବଳ ଧରି ଏହାର କାଉଂଟର କରିଛି । ମୁଖ୍ୟମନ୍ତ୍ରୀ, ସାଂସଦ ତଥାଗତ ଶତପଥୀ, ମୁଖପାତ୍ର ପ୍ରତାପ ଦେବ ଓ ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଗଣମାଧ୍ୟମକୁ ଆସି ଏହା ଭିତିହୀନ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଆଜି ସଚିବାଳୟରେ ତୃତୀୟ ମହଲାରୁ ସାଂସଦ ତଥାଗତ ଶତପଥୀଙ୍କୁ ଡକରା ଆସିଥିଲା । ତଥାଗତ ହିଁ ଟ୍ୱିଟ୍ କରି କହିଥିଲେ, ବିଜେଡିକୁ ଭାଙ୍ଗିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି । ଆଉ ଏହି ଟ୍ୱିଟ୍ ପରେ ହିଁ କଥା ବଢିଥିଲା । ଗତକାଲି ଜୁଏଲ କହିଲେ, ବିଜେଡିର ସାଂସଦ, ବିଧାୟକ, ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ କାର୍ଯ୍ୟକର୍ତାମାନେ ବିଜେପିରେ ମିଶିବା ପାଇଁ ଯୋଗାଯୋଗ କରୁଛନ୍ତି ।