ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ବିରୋଧରେ ବିଜେଡିର ରଣହୁଙ୍କାର : ବିଭିନ୍ନ ଷ୍ଟେସନରେ ଛତିଶଗଡ ଯାଉଥିବା ମାଲବାହୀ ଟ୍ରେନକୁ ଅଟକାଉଛି ବିଜେଡି

30

କନକ ବ୍ୟୁରୋ : ମହାନଦୀ ପାଇଁ ବିଜେଡିର ମହାସଂଗ୍ରାମ । ଛତିଶଗଡର ନିର୍ମାଣ ପ୍ରତିବାଦରେ ଆନ୍ଦୋଳନକୁ ତୀବ୍ର କରିଛି ଦଳ । ମହାନଦୀ ପ୍ରସଙ୍ଗରେ ଛତିଶଗଡ ସରକାର ଓ କେନ୍ଦ୍ର ସରକାରଙ୍କ ଏକ ପାଖିଆ ନିଷ୍ପତି ପ୍ରତିବାଦରେ ଆନ୍ଦୋଳନକୁ ଅଧିକ ଜୋରଦାର କରିଛି ଦଳ । ଓଡିଶାକୁ ଅନ୍ଧାରରେ ରଖି ମହାନଦୀ ଉପରମୁଣ୍ଡରେ ଗୋଟିଏ ପରେ ଗୋଟିଏ ବ୍ୟାରେଜ ନିର୍ମାଣ କରୁଛି ଛତିଶଗଡ । ଏହାର ପ୍ରତିବାଦରେ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଜଳ ଆୟୋଗ- ସିଡବ୍ଲୁସି ଅଫିସ ଆଗରେ ଦଳ ପକ୍ଷରୁ ରିଲେ ଅନଶନ କରାଯାଇଛି। ପ୍ରତିକାତ୍ମକ ଭାବେ ଦଳ ନିଜର ଅସନ୍ତୋଷ ଜାହିର କରିଛି । ଏହାସହ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରେ ଛତିଶଗଡ ଅଭିମୁଖେ ଯାଉଥିବା ମାଳଗାଡିକୁ ବନ୍ଦ କରିବ ବିଜେଡି । ଆଜି ସକାଳୁ ଆଠଗଡ ଗୁରୁଡିଝାଟିଆ ରେଳ ଷ୍ଟେସନରେ ଏକ ମାଲଗାଡିକୁ ବିଜେଡି କର୍ମୀ ଅଟକାଇଥିବା ଜଣାପଡିଛି । ସେହିପରି ବାଲେଶ୍ୱର, ସମ୍ବଲପୁର, ରାୟଗଡା, ରାଉକକେଲା ଆଦି ରେଳ ଷ୍ଟେସନରେ ମଧ୍ୟ ଛତିଶଗଡ ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନକୁ ଅଟଳାଇ ଦେଇଛନ୍ତି ବିଜେଡି କର୍ମୀ ।