ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : ସଂସଦ ଗାନ୍ଧିମୂର୍ତି ତଳେ ବିଜେଡି ସାଂସଦଙ୍କ ଧାରଣା

22

କନକ ବ୍ୟୁରୋ  : ମହାନଦୀ ଉପରମୁଣ୍ଡରେ ଛତିଶଗଡ ବ୍ୟାରେଜ ନିର୍ମାଣ ପ୍ରସଙ୍ଗରେ ସଂସଦ ଗାନ୍ଧିମୂର୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ସାଂସଦ । ହାତରେ ପ୍ଲାକାର୍ଡ ଧରି ଧାରଣା ଦେଇଛନ୍ତି ସାଂସଦ । ଛତିଶଗଡ ସରକାରଙ୍କ ବନ୍ୟା ସଂପର୍କିତ ଧ୍ୟାନ ଆକର୍ଷଣକାରୀ ନୋଟିସ ଉପରେ ଆଲୋଚନା ବେଳେ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଏହି ପ୍ରସଙ୍ଗ ଉଠାଇଥିଲେ । ଛତିଶଗଡ ସରକାର ଓଡିଶା ସରକାରଙ୍କ ବିନା ପରାମର୍ଶରେ ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରୁଛନ୍ତି । ଏହା ଦ୍ୱାରା ଓଡିଶା ପ୍ରଭାବିତ ହେବ । ମହାନଦୀରେ ପାଣି ଶୁଖିଯିବ । ତେଣୁ ଛତିଶଗଡ ମୁଖ୍ୟମନ୍ତ୍ରୀ,ଓଡିଶା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏକାଠି ବସି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ବିଜେଡି ସାଂସଦଙ୍କ ଦାବି ।