ତୈଳ ଦର ବୃଦ୍ଧି ପ୍ରତିବାଦ । ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପ ଆଗରେ ବିଜେଡି ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଧାରଣା

51

କନକ ବ୍ୟୁରୋ: ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପ ଆଗରେ ବିଜେଡିର ଧାରଣା । ବିଜେଡି ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯାଉଛି । ଲୋକଙ୍କୁ ସଚେତନ କରିବାକୁ ଲିଫଲେଟ ମଧ୍ୟ ବଂଟାଯାଉଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧୀତ ତୈଳ ଦର ହ୍ରାସ ପାଉଥିବା ବେଳେ ଦେଶରେ ତୈଳ ଦର ବୃଦ୍ଧି ପାଉଛି । ପେଟ୍ରୋଲ ଓ ଡିଜେଲ ଦର ଜିଏଟି ପରିସରଭୁକ୍ତ ହେଲେ ପେଟ୍ରୋଲ ଦଳ ବଢିବ ନା ବଢିବ ନାହିଁ ସେ ନେଇ କେନ୍ଦ ପେଟ୍ରୋଲିୟମ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଦାବି କରିଛି ।

ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ପେଟ୍ରୋଲ ପମ୍ପ ଆଗରେ ବିଜେଡିର ଧାରଣା । ବିଜେଡି ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯାଉଇଛି । ଲୋକଙ୍କୁ ସଚେତନ କରିବାକୁ ଲିଫଲେଟ ମଧ୍ୟ ବଂଟାଯାଇଛି । ଆନ୍ତର୍ଜାତୀୟ ବଜାରରେ ଅଶୋଧୀତ ତୈଳ ଦର ହ୍ରାସ ପାଉଥିବା ବେଳେ ଦେଶରେ ତୈଳ ଦର ବୃଦ୍ଧି ପାଉଛି । ପେଟ୍ରୋଲ ଓ ଡିଜେଲ ଦର ଜିଏଟି ପରିସରଭୁକ୍ତ ହେଲେ ପେଟ୍ରୋଲ ଦଳ ବଢିବ ନା ବଢିବ ନାହିଁ ସେ ନେଇ କେନ୍ଦ ପେଟ୍ରୋଲିୟମ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଦାବି କରିଛି ।

ତୈଳ ଦର ବୃଦ୍ଧି ପ୍ରତିବାଦରେ ସକାଳ ୯ରୁ ୧୨ଟା ପର୍ଯ୍ୟନ୍ତ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦିଆଯାଇଥିଲା । ମାଲାକାନଗିରି, ସମ୍ବଲପୁର, ଜୟପୁର ଓ କଟକରେ ମଧ୍ୟ ବିଜେଡି ପକ୍ଷରୁ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯିବା ସହ ଲିଫଲେଟ ବଂଟାଯାଇଥିଲା ।ଅନ୍ତର୍ଜାତିକ ବଜାରରେ ତେଲ ଦର କମୁଥିବା ବେଳେ ଦେଶରେ ବଢ଼ିବଢ଼ି ଚାଲିଛି, ଯାହାକି ଏହା ଖାଉଟି ଙ୍କ ଉପରେ ପ୍ରଭାବ ପଡ଼ିଛି । ଏଥିରେ ମୋଦି ସରକାରଙ୍କୁ ଦୋଷ ଦେଇଛି ବିଜେଡ଼ି ।

ସେପଟେ ତେଲଦର ବିରୋଧରେ ବିଜେଡିର ପ୍ରତିବାଦ ନେଇ ପ୍ରତିକ୍ରିୟା ରଖିଛି ବିଜେପି । ଦଳର ନେତା ଭୃଗୁବକ୍ସିପାତ୍ର କହିଛନ୍ତି, ଯଦି ରାଜ୍ୟବାସୀଙ୍କ ପାଇଁ ସରକାରଙ୍କ ଦରଦ ଅଛି ତେବେ ପ୍ରଥମ ରାଜ୍ୟ ଭାବେ ଓଡିଶା ଜିଏସଟି ଲାଗୁ ପାଇଁ ପଦକ୍ଷେପ ନେଉ । ଅନ୍ୟ ରାଜ୍ୟ ଭଳି ପେଟ୍ରୋଲରେ ଭାଟ୍ କମାଯାଉ । ଏଭଳି ଆନ୍ଦୋଳନ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଛି , ସାଧାରଣ ଲୋକଙ୍କ ପାଇଁ ନୁହେଁ ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର ।