ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି ! ଆସନ୍ତା ୭ରେ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ବିଜୁ ଛାତ୍ର ଓ ଯୁବ ବିଜୁ ଜନତା ଦଳର ଧାରଣା

38

କନକ ବ୍ୟୁରୋ: ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ଆସନ୍ତା ୭ରେ ତୈଳଦର ବୃଦ୍ଧି ପ୍ରତିବାଦରେ ଧାରଣା ଦେବ ବିଜୁ ଛାତ୍ର ଓ ଯୁବ ବିଜୁ ଜନତା ଦଳ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯିବ । ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯିବ ।

ବଢୁଥିବା ତେଲ ଦର ନେଇ ଉଦବେଗ ପ୍ରକାଶ କରିଛି ବିଜେଡି । ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସ ବେଳେ ଲୋକ ଲାଭ ପାଉନାହାନ୍ତି । ଦର ବୃଦ୍ଧି ବେଳେ ସାଧାରଣ ଲୋକ ବୋଝ ସହୁଛନ୍ତି । ଯୋଗୁଁ ତେଲ ଦରକୁ ଜିଏସଟି ଅନ୍ତର୍ଭୂକ୍ତ କରିବାକୁ ବିଜେଡି ଦାବି କରିଛି । ପେଟ୍ରୋଲଓ ଡିଜେଲ ଦର ଗତ ୪ ବର୍ଷ ଭିତରେ ସର୍ବାଧିକ ବୃଦ୍ଧି ପାଇଛି ।