ଓଡିଶାର ବଳ ମହାନଦୀ ଜଳ ! ହକ୍ ଜାହିର କରିବାକୁ ବିଜେଡିର ଆନ୍ଦୋଳନ

33

କଟକ ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଉପରମୁଣ୍ଡରେ ବନ୍ଧ ନିର୍ମାଣକୁ ବିଜେଡିର ବିରୋଧ । କଟକରୁ ଏକ କଳସ ଶୋଭାଯାତ୍ରା ବାହାରି ଭୁବନେଶ୍ୱରରେ ପହଂଚିବ । ମହାନଦୀରୁ ପାଣି ଆଣି ୩୦୦ରୁ ଅଧିକ ମହିଳା କର୍ମୀ ଶୋଭାଯାତ୍ରାରେ ମାଷ୍ଟରକ୍ୟାଟିଂନ ଆସିବେ । ଛତିଶଗଡ଼ର ମନମୁଖୀ କାର୍ଯ୍ୟକୁ ବିରୋଧ କରି ମାଷ୍ଟରକ୍ୟାଟିଂନ ଛକରେ ବିଜେଡି ଯୁବ ମହିଳା ମାନେ କୁଶପୁତଳିକାରେ ପାଣି ଢାଳିବେ । ସେହିପରି ଦିନ ୧୧ଟାରେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରୁ ବିଜେଡିର ଏକ ରାଲି ବାହାରି ଲୋୟର ପିଏମଜି ଯାଏଁ ଯିବ। ସଂସଦରେ ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ପ୍ରତିବାଦ କରିବା ସହ ମହାନଦୀ ଉପରମୁଣ୍ଡରେ ଡ୍ୟାମ ନିର୍ମାଣକୁ ବିରୋଧ କରି ଏହି ପ୍ରତିବାଦ ଶୋଭାଯାତ୍ରା କରାଯିବ । ଆସନ୍ତାକାଲି ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡ଼ିର ଏକ ପ୍ରତିନିଧି ଦଳ ଛତିଶଗଡ଼ଯାଇ ସ୍ଥିତିର ଅନୁଧ୍ୟାନ କରିବ।