ରାଜରାସ୍ତାରେ ଦଙ୍ଗା ଭିଆଇ ଶେଷରେ ଭୁଲ ମାଗିଲା ବିଜେଡି ! କ୍ୟାନସର ରୋଗୀଙ୍କୁ ଆନ୍ଦୋଳନକାରୀ ଅଟକାଇବା ଘଟଣାରେ ପୀଡିତଙ୍କୁ ଭେଟିଲେ ମେୟର

24

କନକ ବ୍ୟୁରୋ :  ବିଜେଡିର ହରତାଳ ସମୟରେ ହିଂସାର ଶିକାର ହୋଇଥିବା କ୍ୟାନସର ରୋଗୀଙ୍କ ପାଇଁ ଦୁଃଖ ପ୍ରକାଶ କଲା ବିଜେଡି । ଏଭଳି ଅମାନୁଷିକ କାର୍ଯ୍ୟକୁ ନିନ୍ଦା କରିଛନ୍ତି ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା । ମେୟର କହିଛନ୍ତି ଯିଏ ବି ଏଭଳି କାର୍ଯ୍ୟ କରିଛି ତାକୁ ଗିରଫ କରିବାକୁ ପୁଲିସକୁ କୁହାଯାଇଛି । ଏହା ଏକ ନିନ୍ଦନୀୟ ଘଟଣା । ବିଜେଡିରେ ଏଭଳି କାର୍ଯ୍ୟକୁ ପ୍ରଶୟ ଦିଆଯାଏନି ।

କିଛି ଅସାମାଜିକ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଛନ୍ତି । ଗତକାଲି ବିଜେଡିର ୫ଘଂଟିଆ ହରତାଳ ସମୟରେ କ୍ୟାନସର ରୋଗର ଚିକିତ୍ସା ପାଇଁ ଆସୁଥିବା ଖୋର୍ଦ୍ଧାର କୈଳାସ ଚନ୍ଦ୍ର କର ଆଚାର୍ଯ୍ୟ ବିହାର ଛକରେ ବିଜେଡି କର୍ମୀଙ୍କ ଆକ୍ରୋଶର ଶିକାର ହୋଇଥିଲେ । ମେଡିକାଲ ଯାଉଥିବା କଥା କହିଥିଲେ ବି ଛାଡି ନଥିଲେ ବିଜେଡି କର୍ମୀ । ଯାହାକୁ ନେଇ ରୋଗୀଙ୍କ ବୋହୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟୁଇଟ୍ କରି ଜଣାଇଥିଲେ । ତେବେ ଏପର୍ଯ୍ୟନ୍ତ ଟୁଇଟର  କୋ÷ଣସି ପ୍ରତିକ୍ରିୟା ରଖି ନାହାଁନ୍ତିି ନବୀନ ।