ଏଲପିଜି ଦର ବୃଦ୍ଧିକୁ ବିଜେଡିର ବିରୋଧ! ପ୍ରତିବାଦରେ ଆଜି ରାଜଭବନ ଆଗରେ ଧାରଣା ଦେବ ମହିଳା ମୋର୍ଚ୍ଚା, ଜାଣନ୍ତୁ ଗ୍ୟାସ ସିଲିଣ୍ଡର ପିଛା କେତେ ଟଙ୍କା ଦେଉଛନ୍ତି ଆପଣ

62

କନକ ବ୍ୟୁରୋ : ରୋଷେଇ ଘର ଉପରେ ଚଡକ । ହୁ ହୁ ହୋଇ ବଢିଚାଲିଛି ରନ୍ଧନ ଗ୍ୟାସର ଦର । ବଢୁଥିବା ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଆଜି ରାଜଭବନ ଆଗରେ ଧାରଣାରେ ବସିବ ବିଜୁ ଜନତା ଦଳ । ଏନେଇ ବିଜେଡି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରମିଳା ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଗକୁ ବିଜେଡି ତାର କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଜୋରଦାର କରିବ ବୋଲି କହିଛି । ଆଗାମୀ ୬ ତାରିଖରେ ତିନିଟି ଆରଡିସି ଅଫିସ ଆଗରେ ଧାରଣା ଦିଆଯିବ ଓ ଦରବୃଦ୍ଧି ପ୍ରତ୍ୟାହାର ନହେଲେ ରାଜ୍ୟର ସବୁ ବ୍ଲକରେ ଦଳ ଧାରଣା ଦେବ ବୋଲି କହିଛି ।

ଗ୍ୟାସ ସିଲିଣ୍ଡର ପିଛା କେତେ ଟଙ୍କା ଦେଉଛନ୍ତି ଆପଣ :
୧୪.୨ କିଲୋଗ୍ରାମର ଏଲପିଜି ସିଲିଣ୍ଡର ପିଛା ୪ଟଙ୍କା ୬ ପଇସା ବୃଦ୍ଧି କରିଛନ୍ତି ତୈଳ କମ୍ପାନିଗୁଡିକ । ଏହି ନୂଆଦର ନଭେମ୍ବର ୧ ତାରିଖରୁ ଲାଗୁ ହୋଇଛି । ଫଳରେ ଭୁବନେଶ୍ୱରରେ ଏବେ ଗ୍ରାହକଙ୍କୁ ଏଲପିଜି ସିଲିଣ୍ଡର ପିଛା ୭୬୧ ଟଙ୍କା ୫୦ ପଇସା ଦେବାକୁ ପଡୁଛି । ସରକାର ୨୬୮ଟଙ୍କାର ସବସିଡି ସିଧାସଳଖ ଗ୍ରହକଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦେଉଥିବାରୁ ୧୪.୨ କେଜି ସିଲିଣ୍ଡର ପିଛା ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡୁଛି ୪୯୩ ଟଙ୍କା ୫୦ ପଇସା