ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ରାସ୍ତାକୁ ଓହ୍ଲାଇବ ବିଜେଡି ! ଭାଟ କମ୍ କରିବା ପ୍ରସ୍ତାବ ଉପରେ ବିଜେଡି ରଖିଲା ଜବାବ

20

କନକ ବ୍ୟୁରୋ : ପେଟ୍ରୋଲ ଦରକୁ ନେଇ ବିଜେଡି ବିଜେପି ବାକ୍ ଯୁଦ୍ଧ । ବିଜେପି କହୁଛି ରାଜ୍ୟ ସରକାର ଚାହିଁଲେ ପେଟ୍ରୋଲ ଦର କମ୍ ହୋଇପାରିବ ସେପଟେ ବିଜେଡି କହୁଛି ଏହା କେନ୍ଦ୍ରର କାମ । ସେଥିପାଇଁ ଆସନ୍ତାକାଲି ଦଳ ଆନ୍ଦୋଳନ କରିବାକୁ ବାହାରିଛି ।

ତେବେ ଏସବୁ ରାଜନୀତି ଭିତରେ, ଆପଣ ଜାଣି ରଖିବା ଦରକାର ପେଟ୍ରୋଲର ପ୍ରକୃତ ଦର କେତେ ଏବଂ ଆପଣ କେତେ ଟଙ୍କା ଦେଇ ପେଟ୍ରୋଲ କିଣୁଛନ୍ତି । ଯଦି ପେଟ୍ରୋଲ ଲିଟର ପିଛା ଦର ୭୦ ଟଙ୍କା ହୁଏ ତେବେ ରାଜ୍ୟ ଓ କେନ୍ଦ୍ରକୁ ଆପଣ ଦେଉଛନ୍ତି ପ୍ରାୟ ୩୯ ଟଙ୍କା ଟିକସ । ଅର୍ଥାତ୍ ଟିକସକୁ ବାଦ ଦିଆଗଲେ, ଆପଣ ଲିଟରଟିଏ ପେଟ୍ରୋଲ ୩୧ ଟଙ୍କାରେ ପାଇପାରିବେ । ସେହିଭଳି ଯଦି ଡିଜେଲ ଲିଟର ପିଛା ଦର ୫୮ ଟଙ୍କା ହୁଏ ତେବେ ଆପଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୨୬ ଟଙ୍କା ଟିକସ ଦେଉଛନ୍ତି । ଯଦି ଏହି ଟିକସ ପରିମାଣକୁ ବାଦ ଦିଆଯାଏ, ତେବେ ଆପଣ ୩୨ ଟଙ୍କାରେ ଗୋଟିଏ ଲିଟର ଡିଜେଲ ପାଇପାରିବେ ।

ଏବେ ଦେଖନ୍ତୁ ଆଗରୁ କେତେ ଥିଲା ଅଶୋଧିତ ତୈଳ ଦର ଏବଂ ବର୍ତ୍ତମାନ କେତେ ଅଛି – 
ଜୁନ ୨୦୧୪ – ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଥିଲା ବ୍ୟାରେଲ ପ୍ରତି ୧୦୬ ଡଲାର । ପେଟ୍ରୋଲ ଦାମ ଥିଲା ଲିଟର ପ୍ରତି ୭୧ ଟଙ୍କା, ଡିଜେଲ ମିଳୁଥିଲା ୫୭ଟଙ୍କାରେ ।
ସେପ୍ଟେମ୍ବର ୨୦୧୭ – ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ରହିଛି ମାତ୍ର ୫୦ ଡଲାର । ଅର୍ଥାତ ୨୦୧୪ ତୁଳନାରେ ଅଧା ମୂଲ୍ୟରେ ମିଳୁଛି କ୍ରୁଡ ଅଏଲ । ହେଲେ ପେଟ୍ରୋଲ ଏକ ଲିଟର କିଣିବାକୁ ଗଣିବାକୁ ପଡୁଛି ପ୍ରାୟ ୭୦ ଟଙ୍କା ।