ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଜୋରଦାର ଆନ୍ଦୋଳନ ! ରାଜଭବନ ସମ୍ମୁଖରେ ଧାରଣା, କେନ୍ଦ୍ର ବିରୋଧରେ ବର୍ଷିଲେ ବିଜେଡି ନେତା ।

28

କନକ ନ୍ୟୁଜ : ତେଜିଲା ତେଲ ଦର ବୃଦ୍ଧିର ପ୍ରତିବାଦ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପି ପ୍ରତିବାଦ କରିଛି ବିଜୁ ଜନତା ଦଳ । ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧିକୁ ନେଇ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିକ୍ଷୋଭ କରିବ ବିଜେଡି । ଆଜି ରାଜଭବନ ସମ୍ମୁଖରେ ବିଜେଡି ନେତା ଓ କର୍ମୀମାନେ ପ୍ରତିବାଦ କରି ଧାରଣା ଦେଇଛନ୍ତି । ଏହାସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସେହିପରି ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଆରଡିସି, ଜିଲ୍ଲା ଓ ବ୍ଲକ୍ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରିବା ସହ ଧାରଣା ଦିଆଯାଇଛି । କର୍ଣ୍ଣାଟକ ନିର୍ବାଚନ ପରେ ଗତ ୧୬ ଦିନ ହେଲାଣି ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ରାଜ୍ୟ ସରକାର ଆନ୍ଦୋଳନ କରିବା ବଦଳରେ ଟିକସ କମାଇବାକୁ ଦାବି କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ରାଜ୍ୟ ସରକାର ଆନ୍ଦୋଳନ କରିବା ପରିବର୍ତ୍ତେ ଟିକସ କମାନ୍ତୁ ।