ତୈଳ ଦର ବୃଦ୍ଧିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲା ବିଜେଡି। ରାଜଭବନ ସମ୍ମୁଖରେ ଧାରଣା, ଏକସାଇଜ୍ ଡ୍ୟୁଟି ଛାଡ କରିବାକୁ ଦାବି

48

କନକ ବ୍ୟୁରୋ: ଲଗାତାର ତେଲ ଦର ବୃଦ୍ଧିକୁ ନେଇ ଆଜି ପ୍ରତିବାଦ କରୁଛି ବିଜୁ ଜନତା ଦଳ । ପେଟୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ଧାରଣା ଦେଇଛି ବିଜେଡି । କେନ୍ଦ୍ର ସରକାର ୨୦୧୪ ପରେ ପେଟ୍ରୋଲ ଉପରେ ଏକସାଇଜ୍ ଡ୍ୟୁଟି ୧୧୧ ପ୍ରତିଶତ ବୃଦ୍ଧି କରିଛନ୍ତି ବୋଲି ଅଭିଯୋଗ କରି ପ୍ରତିବାଦ କରୁଛି ବିଜେଡି । ତେଣୁ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି କମାଇବା ଦାବିରେ ଆନ୍ଦୋଳନ କରୁଛି ବିଜୁ ଜନତା ଦଳ । ଏନେଇ ଆଜି ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିବେ ।

ସେପଟେ, ଦେଶରେ ହୁ ହୁ ହୋଇ ବଢିଚାଲିଛି ତେଲ ଦର । ପେଟ୍ରୋଲ ଲିଟର ପିଛା ୯ ପଇସା ଓ ଡିଜେଲ ଲିଟର ପିଛା ୧୦ ପଇସା ବୃଦ୍ଧି ପାଇଛି । ମୁମ୍ବାଇରେ ପେଟ୍ରୋଲ, ଡିଜେଲ୍ ଲିଟର ୯୦ ଟଙ୍କା ପାର୍ ହୋଇସାରିଲାଣି । ରାଜଧାନୀ ଭୁବନେଶ୍ୱର ପେଟ୍ରୋଲ ଲିଟର ୮୪ ଟଙ୍କା ୪୫ ପଇସାରେ ପହଁଚିଛି ଡିଜେଲ ୮୧ ଟଙ୍କାରେ ପହଁଚିବ । ମାଲକାନଗିରିରେ ପେଟ୍ରୋଲ ଦର ସର୍ବାଧିକ ୮୬ ଟଙ୍କା ୩୪ ପଇସା ଓ ଡିଜେଲ ଦର ୮୪ ଟଙ୍କା ୩୯ ପଇସାରେ ପହଁଚିଛି । ଜୟପୁରରେ ପେଟୋଲ ଲିଟର ୮୫ ଟଙ୍କା ୭୧ ପଇସା ଓ ଡିଜେଲ ୮୩ ଟଙ୍କା ୭୬ ପଇସାରେ ପହଁଚିଛି ।

ସମ୍ବଲପୁରରେ ପେଟୋଲ ୮୩ ଟଙ୍କା ୪ପଇସା ଓ ଡିଜେଲ ୮୧ ଟଙ୍କା ୧୦ ପଇସାରେ ପହଁଚିଛି । ରାଉରକେଲାରେ ପେଟ୍ରୋଲ ୮୩ ଟଙ୍କା ୩୦ ପଇସା ଓ ଡିଜେଲ ୮୧ ଟଙ୍କା ୩୬ ପଇସାରେ ପହଁଚିଛି । କଟକରେ ପେଟ୍ରୋଲ ୮୨ଟଙ୍କା ୭୫ ପଇସା ଓ ଡିଜେଲ ୮୦ ଟଙ୍କା ୮୦ପଇସାରେ ପହଁଚିଛି । ବଲାଙ୍ଗୀରରେ ପଟ୍ରୋଲ ଲିଟର ୮୩ ଟଙ୍କା ୮୭ ପଇସା ଓ ଡିଜେଲ ୮୧ ଟଙ୍କା ୯୪ ପଇସାରେ ପହଁଚିଛି ।