ତୈଳ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ ! ଆସନ୍ତାକାଲି ବିଜେଡ଼ିର ‘ହକ୍‌ ପାଇଁ ହରତାଲ’

28

କନକ ବ୍ୟୁରୋ : ତୈଳ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ଯାଇ ବିଜୁ ଜନତା ଦଳ ସୋମବାର ଠାରୁ ‘ହକ୍‌ ପାଇଁ ହରତାଲ’ କରିବ । ତୈଳ ଦର ବୃଦ୍ଧି ବିରୋଧରେ ବିଜେଡି ରାଜ୍ୟର ସବୁ ଜିଲ୍ଲାର ସଦରମହକୁମାରେ ଆନ୍ଦୋଳନ କରିବ । ଏହି ଅନ୍ଦୋଳନ ସକାଳ ୭ଟାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଚାଲିବ । ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ରବିବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭାଟ୍‌ କମାଇବାକୁ ରାଜ୍ୟ ଉପରେ କେନ୍ଦ୍ର ଚାପ ପକାଉଛି ।