ବିଜେଡି ଟାର୍ଗେଟରେ ଧର୍ମେନ୍ଦ୍ରଙ୍କ ବିଭାଗ । ତେଲ ଦର ବୃଦ୍ଧି ନେଇ ରାସ୍ତାକୁ ଓହ୍ଲାଇବ ଦଳ ।

35

କନକ ବ୍ୟୁରୋ: ତେଲ ଦର ଓ ଗ୍ୟାସ ଦରରେ ଲାଗିଛି ନିଆଁ । ଲଗାତାର ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ବିଜେଡିର ପ୍ରେସମିଟ୍ । କେନ୍ଦ୍ର ସରକାରଙ୍କ ଉପରେ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି ବିଜେଡ଼ି । ବିଜେଡ଼ି ନେତା ସଂଜୟ ଦାସ ବର୍ମା କହିଛନ୍ତି ୨୦୧୪ ତୁଳନାରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଏକସାଇଜ ଡ୍ୟୁଟୀ ୧୧୧ ପ୍ରତିଶତ ବଢାଇଛନ୍ତି । ତେଣୁ ଅହେତୁକ ଭାବେ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ବିଜେଡ଼ି ଆସନ୍ତା ଅକ୍ଟୋବର ୧ ତାରିଖରୁ ଆନ୍ଦୋଳନ କରିବ । ବିଜେଡ଼ି ଯୁବ, ମହିଳା ଓ ଛାତ୍ର ସଂଗଠନ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି କହିଛି ବିଜେଡ଼ି । ଆସନ୍ତା ଅକ୍ଟୋବର ୧ ତାରିଖରେ ରାଜଭବନ ସମ୍ମୁଖରେ ପ୍ରତିବାଦ କରିବ ବିଜେଡି ।

ତେବେ ଡିଜେଲ ଲିଟର ପିଛା ୧୨୦ରେ ପହଁଚାଇ ଓଡ଼ିଶାରେ ବିଜେପି ତା’ର ୧୨୦ ମିଶନ ପୂରା କରିବ ବୋଲି କଟାକ୍ଷ କରିଛି ବିଜେଡ଼ି । କେନ୍ଦ୍ର ସରକାର ତୈଳ ଦର କମାଇବାକୁ ଆନ୍ତରିକତା ପ୍ରକାଶ କରୁ ନାହାନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଯୋଗୁଁ ପେଟ୍ରୋଲ ଡିଜେଲ ମହଙ୍ଗା ହେଉଥିବା କେନ୍ଦ୍ର ସରକାର ଓଲଟା ଯୁକ୍ତି ବାଢୁଥିବା ବିଜେଡି ଅଭିଯୋଗ କରିିଛି । ଏନେଇ ପୂର୍ବରୁ ବାରମ୍ବାର ବିଜେଡ଼ି ସ୍ୱର ଉତ୍ତେ।ଳନ କରିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଚେତା ପଶୁନି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଅପାରଗ ଏବଂ ସ୍ଥାଣୁ ବୋଲି ୪ ବର୍ଷରେ ସବୁ କ୍ଷେତ୍ରରେ ଆକାଶ ଛୁଆଁ ହୋଇଛି ଦର ।