ଦିଲ୍ଲୀ ଧାରଣାରେ ସାମିଲ ହେବେ ନବୀନ ! ଧାନର ଏମଏସପି ବୃଦ୍ଧି ଦାବିରେ ଦିଲ୍ଲୀ ତାଲକୋଟରାରେ ବିଜେଡି କରିବ ପ୍ରତିବାଦ

265

କନକ ବ୍ୟୁରୋ : ଚାଷୀ ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛି ବିଜେଡି । ଦିଲ୍ଲୀରେ ଆସନ୍ତା ୮ ତାରିଖରେ ବିଜେଡି ଧାରଣା ଦେବ । ଏଥିରେ ସାମିଲ ହେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ଦିଲ୍ଲୀରେ ଆୟୋଜିତ ବିଜେଡି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ଦିଲ୍ଲୀରେ ବିଜେଡି ଧାରଣା ଦେବ । ଦିଲ୍ଲୀର ତାଲକୋଟରା ଷ୍ଟାଡିମୟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ ।

image courtesy – www.india.com

ଏଥିରେ ବିଜେଡିର ସମସ୍ତ ସାଂସଦ, ବିଧାୟକ ଓ ନେତା ସାମିଲ ହେବେ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଦିନ ତମାନ ଏହି ଧାରଣା ପ୍ରଦର୍ଶନ ଚାଲିବ । ସନ୍ଧ୍ୟାରେ ବିଜେଡି ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ବି ଦେବେ । ଆଉ ଏଥିରେ ସାମିଲ ହେବେ ଦଳର ମୁଖ୍ୟମନ୍ତ୍ରୀ ତଥା ଦଳୀୟ ମୁଖ୍ୟ ନବୀନ ପଟ୍ଟନାୟକ । ବିଜେଡି ଦୀର୍ଘଦିନ ହେଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯ ଶହ ୩୦ ଟଙ୍କା କରିବାକୁ ଦାବି କରିଆସୁଛିା କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ କରିଛି ବିଜେଡି । ଆଉ ଏ ବାବଦରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବାକୁ ଦିଲ୍ଲୀରେ ଧାରଣାର ଆୟୋଜନ କରୁଛି ଦଳ ।